୫୨ନଂ ୱାର୍ଡ ମହାଦେବ ପୂଜା ମଣ୍ଡପ ପୁର୍ଣ୍ଣାଙ୍ଗ ପାଇଁ ଦାବିପତ୍ର
କଟକ : ସିଏମସି ଅନ୍ତର୍ଗତ ୫୨ନଂ ୱାର୍ଡ ସ୍ଥିତ କାଜିଡିହଠାରେ ଥିବା ଅର୍ଦ୍ଧନିର୍ମିତ ମହାଦେବ ପୂଜା ମଣ୍ଡପର ପୂର୍ଣ୍ଣାଙ୍ଗ ସହିତ ମଦନ ମୋହନ ଯୁବକ ସଂଘ ଦ୍ୱାରା ଗଢ଼ାଯାଇଥିବା କ୍ଲବ ଘରର ନବୀକରଣ ନିମନ୍ତେ ସ୍ଥାନୀୟ କର୍ପୋରେଟର ସୌଭାଗିନୀ ଜେନାଙ୍କ ନେତୃତ୍ୱରେ କାଜିଡିହ ସାହିର ଦୁଇ ଶହରୁ ଉର୍ଦ୍ଧ୍ୱ ଲୋକ ଚୌଦ୍ୱାର କଟକ ବିଧାୟକଙ୍କ ବାସଭବନରେ ପହଂଚି ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ସାକ୍ଷାତ କରି ଏ ସମସ୍ତ ବିଷୟରେ ଅବଗତ କରାଇବା ସହ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ରକ୍ରମରେ ପ୍ରମୋଦ ବେହେରା, ହୃଷିକେଶ ଭୋଇ, ସରୋଜ ଭୋଇ, ବିନୋଦ ରେଡି, ବିଜୟ ଦାସ, ଗୌରାଙ୍ଗ ଦାସ, ରଘୁନାଥ ଦାସ, ଗୌତମ ଦାସ, ଉଦୟ ଦାସ, ଚିତରଞ୍ଜନ ସ୍ୱାଇଁ ଏବଂ ସୋମନାଥ ଦାସଙ୍କ ସମେତ ଶତାଧିକ ଅଂଚଳବାସୀ ଉପସ୍ଥିତ ଥିଲେ ।
