ଶିଶୁ ଦକ୍ଷତା ବିକାଶ ପ୍ରଦର୍ଶନ
କଟକ : କଟକ ସିଡିଏ ସେକ୍ଟର ୭ରେ ଅବସ୍ଥାପିତ ଡିଏନଏ ଜୁନିଅର ପ୍ରି ସ୍କୁଲରେ ଅଭିନବ ଦକ୍ଷତା ପ୍ରଦର୍ଶନ ମାଧ୍ୟମରେ ଶିଶୁମାନଙ୍କର ଜୀବନଶୈଳୀ ସମ୍ଭାବନାକୁ ପରିପୃଷ୍ଟ କରିବା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷା ସାଗରିକା ବେହେରା ଏବଂ ସୁମିତ ରଂଜନ ସାହୁଙ୍କ ସଂଯୋଜନାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଷ ବିଜ୍ଞାନୀ ଡ. ଆଶୁତୋଷ ଦେବତା ଏବଂ ଅନୁଷ୍ଠାନର ଉପଦେଷ୍ଟା ତଥା ମୋ ସ୍କୁଲ ଅଭିଯାନର କାର୍ଯ୍ୟନିର୍ବାହୀ ସଦସ୍ୟା ଡ. ମୀତା ଦେବତା ଅତିଥି ଭାବେ ଯୋଗଦେଇ ସ୍କୁଲର ସାମଗ୍ରିକ ଉନ୍ନତି ସହ ଶିଶୁମାନଙ୍କର ଚିରନ୍ତନ ଅଭିବୃଦ୍ଧି ପାଇଁ ଉପଯୁକ୍ତ ସମ୍ଭାବନା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଶିଶୁୁମାନଙ୍କ ସ୍ୱପ୍ରତିଭା ପ୍ରଦର୍ଶନ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
