ଇପ୍ଟାର ଚତୁର୍ଥ ରାଜ୍ୟ ସମ୍ମିଳନୀ
କଟକ : ଭାରତୀୟ ଗଣନାଟ୍ୟ ସଂଘ(ଇପଟା)ର ଚତୁର୍ଥ ରାଜ୍ୟ ସମ୍ମିଳନୀ ସ୍ଥାନୀୟ ଅନ୍ନପୂର୍ଣ୍ଣା ଥିଏଟରଠାରେ ଅନୁଷ୍ଠିତ ହୋଇଯାଇଛି । ଇପଟାର ବରିଷ୍ଠ ସଦସ୍ୟ ଇନ୍ଦ୍ରଜିତ ଘୋଷ ପତାକା ଉତ୍ତୋଳନ କରିଥିଲେ । ଜାତୀୟ ସଂପାଦକ ଅମିତାଭ ଚକ୍ରବର୍ତ୍ତୀ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ସମ୍ମିଳନୀକୁ ଉଦଘାଟନ କରି ଜନସାଧାରଣଙ୍କ ମୈାଳିକ ସମସ୍ୟା, ସାମାଜିକ ଅବ୍ୟବସ୍ଥା ବିରୋଧରେ ଜନଜାଗରଣ ସୃଷ୍ଟି କରିବା ପାଇଁ ଇପଟାକୁ ଏକ ସଶକ୍ତି ସଂଗଠନରେ ପରିଣତ କରିବା ଲାଗି ଆହ୍ୱାନ ଦେଇଥିଲେ । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶଶୀଭୂଷଣ ବେହେରା ଯୋଗଦେଇଥିଲେ । ଇସକଫର ସାଧାରଣ ସଂପାଦକ ବିଜୟ କୁମାର ପଢିହାରୀ, ଗୁରୁ ଆଶିଷ ଦାସ, ଇନ୍ଦ୍ରଜିତ ଘୋଷ, ବିଜୟ ମହାନ୍ତି ଓ ସତିଶ ମିଶ୍ରଙ୍କୁ ନେଇ ଗଠିତ ସଭାପତିମଣ୍ଡଳି ସମ୍ମିଳନୀ ପରିଚାଳନା କରିଥିଲେ । ଇପଟାର ଜାତୀୟ ପରିଷଦ ସଦସ୍ୟ କୃଷ୍ଣପ୍ରିୟ ମିଶ୍ର ଶୋକ ପ୍ରସ୍ତାବ ଆଗତ କରିଥିବା ବେଳେ ରାଜ୍ୟ ସାଧାରଣ ସଂପାଦକ ସୁଶାନ୍ତ ମହାପାତ୍ର ବିବରଣୀ ପାଠ କରିଥିଲେ । ଏହି ଅବସରରେ ଭଦ୍ରକ ଜିଲ୍ଲାର ସାଥୀମାନେ ଗୀତ ଓ ନୃତ୍ୟ ପରିବେଷଣ କରିବା ସହିତ ରାଜ୍ୟ ଇପଟାର କଳାକାରମାନଙ୍କ ଦ୍ୱାରା ‘ରୁବିନାର ଜମାନବନ୍ଦୀ’ ନାଟକ ମଂଚସ୍ଥ ହୋଇଥିଲା । ଶିକ୍ଷକ ନେତା ବିବେକାନନ୍ଦ ଦାଶ ଧନ୍ୟବାଦ ଦେଇଥିଲେ ।
