ନୂତନ ଥାନାଅଧିକାରୀଙ୍କ ପ୍ରଥମ ପଦକ୍ଷେପ ଟ୍ରାଫିକ୍ ନିୟନ୍ତ୍ରଣ
ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ଥାନାରେ ନୂତନ ଅଧିକାରୀ ଭାବେ ଏମ.ଡି. ହାଫିଜ୍ ଯୋଗଦାନ କରିବା ପରେ ପ୍ରଥମ ପଦକ୍ଷେପ ଭାବରେ ତିହିଡ଼ି ବଜାରର ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ସେ ଶନିବାର ସକାଳେ ଭଦ୍ରକ-ଚାନ୍ଦବାଲି ରାସ୍ତା ଦୁଇପାଶ୍ୱର୍ରେ ଥିବା ଦେକାନୀମାନଙ୍କୁ ରାସ୍ତା ଉପରକୁ ମାଡ଼ି ଦୋକାନ ନକରିବା ପାଇଁ ତାଗିଦ୍ କରିଥିଲେ । ଏଥି ସହିତ ବିଭିନ୍ନ ଦୋକାନୀ ଦୋକାନ ସମ୍ମୁଖରେ ବଡ଼ ବଡ଼ ଛତା ରଖି ରାସ୍ତାକୁ ଅବରୋଧ କରୁଥିଲେ । ଥାନା ଅଧିକାରୀ ଶ୍ରୀ ହାପିଜ୍ ଛତାକୁ ମଧ୍ୟ ରାସ୍ତା ଉପରକୁ ନରଖିବା ପାଇଁ କହିଥିଲେ । ବଜାର ଉପରେ ଥିବା କେତେକ ଦୋକାନୀ ନିଜ ଦୋକାନକୁ ଭଦ୍ରକ-ଚାନ୍ଦବାଲି ରାସ୍ତା ଉପରକୁ ବଢ଼ାଇ ଦୋକାନ କରୁଥିବାରୁ ଟ୍ରାଫିକ୍ ସମସ୍ୟା ହେଉଥିବା ପୁଲିସ ନଜରକୁ ଆସିଥିଲା । ଯାହାଫଳରେ ନୂତନ ଥାନା ଅଧିକାରୀ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଏହି ପଦକ୍ଷେପ ନେଇଛନ୍ତି । ଥାନା ଅଧିକାରୀ ଶ୍ରୀ ହାପିଜ୍ଙ୍କ ସହିତ ଏଏସଆଇ ପ୍ରଶାନ୍ତ କମାର ଦାସ, କମଳାକାନ୍ତ ଶତପଥି, ଶ୍ରୀକାନ୍ତ ନାୟକ, ପାର୍ଥସାରଥି ବେହେରା, ଦିଲୀପ କୁମାର ଦେହୁରୀ, ପ୍ରବୀଣ କୁମାର ଗିରି ପ୍ରମୁଖଙ୍କ ସହିତ ପୁଲିସ କର୍ମଚାରୀମାନେ ଟ୍ରାଫିକ୍ ନିୟନ୍ତ୍ରଣରେ ସାମିଲ ଥିଲେ ।
