ଭଦ୍ରକର ସାପ ଧରାଳି ମିର୍ଜାକୁ ଭଟିଲେ ଦୁଇ ବିଦେଶୀ ଶୁଭେଛୁ
ଭଦ୍ରକ : ଭଦ୍ରକ ଜିଲାର ସାପ ଧରାଳି ମିର୍ଜା ଆରିଫ । ୧୨ ବର୍ଷ ଧରି ସେ ଏହି ବୃତି ରେ ଅଛନ୍ତି । ଏହି ସମୟ ମଧ୍ୟରେ ମିର୍ଜା ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରଜାତିର ବିଶାକ୍ତ ସାପ ଧରି ସାରିଲେଣି । ବିପଜନ୍ନକ ଅବସ୍ଥାରେ ସେ ଧରୁଥିବା ସାପର ଭିଡିଓ ରେକର୍ଡିଂ କରି ୟୁଟ୍ୟୁବ୍ରେ ଛାଡିଥାନ୍ତି । ୟୁଟ୍ୟବ୍ରେ ସେ ଛାଡୁଥିବା ଭିଡିଓ ବହୁମାତ୍ରାରେ ଭାଇରାଲ ହୋଇଥାଏ । କେତେକ ମଧ୍ୟ ନିଜର ଇଚ୍ଛା ଜାହିର କରିଥାନ୍ତି ମିର୍ଜା ଆରିଫଙ୍କୁ ଭେଟିବାକୁ । କେହି କେହି ବି ତାଙ୍କୁ ସାହାଯ୍ୟ ପଠାଇଥାନ୍ତି । ଏହି କ୍ରମରେ ବିଦେଶୀ ଦମ୍ପତି ଭଦ୍ରକରେ ପହଞ୍ଚି ମିର୍ଜାକୁ ଭେଟିଛନ୍ତି । ପଶୁପ୍ରେମ୍ରୀ ଏହି ଦମ୍ପତି ହେଉଛନ୍ତି ବ୍ରିଟେନର ଅଧିବାସୀ । ଜଣେ ହେଉଛନ୍ତି ଇରାନ ଜନ୍ମିତ ତଥା ବିଟ୍ରେନର ନାଗରିକତ୍ୱ ଗ୍ରହଣ କରିଥିବା ସାରା ଓ ତାଙ୍କ ସ୍ୱାମୀ ବିଟ୍ରେନ ଅଧିବାସୀ ଲୋପ୍ । ସେମାନେ କୌଣସି କାର୍ଯ୍ୟରେ ଭାରତ ଆସିଥିବାବେଳେ ମିର୍ଜାଙ୍କୁ ଭେଟିବାକୁ ପହ ଥିଲେ ଭଦ୍ରକରେ । ସ୍ଥାନୀୟ ଏକ ହୋଟେଲରେ ପହ ô ମିର୍ଜାଙ୍କ ଖୋଜ ନେଇଥିଲେ । ଶେଷରେ ମିର୍ଜାଙ୍କୁ ନିକଟରେ ପାଇ ଆଲିଙ୍ଗନ କରିବା ସହ ଉତ୍ସାହିତ କରିଥିଲେ । ପ୍ରଶଂସାରେ ପୋତି ପକାଇଥିଲେ । ଏହାବ୍ୟତୀତ ସେମାନଙ୍କ ପରିବାରର ଜଣେ ସଦସ୍ୟ ଭାବେ ମିର୍ଜାଙ୍କୁ ଗ୍ରହଣ କରିଥିଲେ । ବିଦେଶୀ ଦମ୍ପତିଙ୍କ ଶୁଭେଚ୍ଛା ପାଇଁ ସେ ନିଜକୁ ଗର୍ବିତ ଅନୁଭବ କରିବା ସହ ଏହା ତାଙ୍କୁ ଏହି ବୃ ିରେ ଆଉ ଦୁଇପାଦ ଅଗେଇ ନେବାକୁ ପ୍ରେରଣା ଯୋଗାଇବ ବୋଲି ମିର୍ଜା କହିଛନ୍ତି । ସୂଚନାଯୋଗ୍ୟ ଭଦ୍ରକ ପୁରୁଣାବଜାର ଅଂଚଳର ମିର୍ଜା ଆରିଫ କେବଳ ଭଦ୍ରକରେ ନୁହେଁ, ସମଗ୍ର ଓଡ଼ିଶାରେ ସାପ ଧରାଳି ଭାବେ ବେଶ୍ ପରିଚିତ । ଯେଉଁଠି ବି ସାପ ବାହାରିଲା, ସେଠାରେ ଖୋଜା ପଡେ ମିର୍ଜାଙ୍କୁ । ସାପ ଧରିବା ପରେ ସେ କୌଣସି ପାରିଶ୍ରମିକ ଦାବି କରିନଥାନ୍ତି । କାରଣ ଏହା ଏକ ସେବା ବୋଲି ବିବେଚନା କରିଥାନ୍ତି । ତେଣୁ ଯିଏ ଯାହା ଖୁସିରେ ଦେଲା ତାହା ଗ୍ରହଣ କରିଥାନ୍ତି । ୫ ବର୍ଷ ପୂର୍ବେ ଧାମନଗର ବ୍ଲକ୍ର ଗୋଟିଏ ଗ୍ରାମର ୨ ଜଣଙ୍କ ଘରେ ଶତାଧିକ ସାପ, ସହସ୍ରାଧିକ ସାପ ଅଣ୍ଡା ଉଦ୍ଧାର କରି ସେ ଜାତୀୟ ତଥା ଆନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ପ୍ରଥମେ ଭଦ୍ରକ ମୁଖ୍ୟ ଡାକଘର ସାମ୍ନାରେ ଏକ ଗ୍ୟାରେଜ କରି ପରିବାର ପ୍ରତିପୋଷଣ କରୁଥିଲେ ମିର୍ଜା । ସାପ ଦେଖିଲେ ଲୋକମାନେ ପିଟି ମାରି ଦେଉଥିବାର ଦୃଶ୍ୟ ତାଙ୍କୁ ବିଚଳିତ କରିଥିଲା । ତେଣୁ ସେ ସାପମାନଙ୍କୁ ଧରି ସୁରକ୍ଷିତ ଭାବେ ଜଂଗଲରେ ଛାଡିବାକୁ କଳ୍ପନା କରିଥିଲେ । ବିନା ତାଲିମ୍ରେ କେବଳ ୟୁଟ୍ୟବ୍ରୁ ସାପ ଧରିବାର କୌଶଳ ଶିଖି ସାପ ଧରିବା ଆରମ୍ଭ କରିଥିଲେ । ବନ୍ୟ ପ୍ରାଣୀ ବିଭାଗ ସହ ସମନ୍ୱୟ ରଖି ସେ ସାପ ଧରିବା ଆରମ୍ଭ କରିଥିଲେ । ତେବେ ବିଭିନ୍ନ ମହଲରୁ ଦାବି ପରେ ତାଙ୍କୁ ବନ ବିଭାଗ ପକ୍ଷରୁ ମାସିକ ୭ ହଜାର ଟଙ୍କାରେ ଏକ ଠିକା ଭି ିକ ନିଯୁକ୍ତି ଦିଆଯାଇଥିଲା । ବନ ବିଭାଗ ବଗିଚାର ଚାରା ଗଛରେ କେବଳ ପାଣି ଦେବାକୁ ତାଙ୍କୁ ବିଭାଗୀୟ ନିର୍ଦ୍ଦେଶ ଥିଲା । ଏହାଦ୍ୱାରା ସେ ଲୋକଙ୍କ ବିପଦ ସମୟରେ ପହ ô ପାରୁନଥିଲେ କିମ୍ବା ସାପ ଧରି ପାରୁନଥିଲେ । ତେଣୁ ସେ ଚାକିରୀ ଛାଡି ପୁଣି ସାପ ଧରିବା ଆରମ୍ଭ କରିଥିଲେ ।
