ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର
କଟକ : ସ୍ଥାନୀୟ ଟାଉନହଲ୍ରେ ଆଜି ହେରିଟେଜ୍ ହେଲଥ୍ କେୟାର, ଲିଙ୍କ୍ ଆଇ କେୟାର ହସ୍ପିଟାଲ ଓ ରିସର୍ଚ୍ଚ, ୟୁଏନଡିପି, ଇପିଅନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଏକ ସାମଗ୍ରିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ ମହାନଗର ନିଗମ କମିଶନର ନିଖିଲ ପୱନ କଲ୍ୟାଣ, ଉପ କମିଶନର ସଂଜୀବିତା ରାୟ, ବିଶିଷ୍ଟ ପରିବେଶ ବିଜ୍ଞାନୀ ଡ. ଆଶୁତୋଷ ଦେବତା, ନିର୍ଦ୍ଦେଶିକା ଡ. ମିତା ଦେବତା, ଲିଙ୍କ ଆଇ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ରୋଟାରିଆନ ତଥା ଶିବିରର ମୁୁଖ୍ୟ ଆୟୋଜକ ଆଲୋକ ସାହୁ, ନିର୍ଦ୍ଦେଶିକା ତଥା ସଂଯୋଜିକା ଡାକ୍ତର ମୋନାଲିସା ପଣ୍ଡା, ଡାକ୍ତର ପରମେଶ୍ୱର ମିଶ୍ର, ଡାକ୍ତର ରାଜେଶ ସାହୁ, ଡାକ୍ତର ଇପ୍ସିତ ସିଂହ, ୟୁଏନଡିପିିର ସଂଯୋଜିକା ପ୍ରମୁଖ ଯୋଗଦେଇ ଶିବିରାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଶତାଧିକ ରୋଗୀ ଚିକିତ୍ସା କରାଇଥିଲେ ।
