ଜାଇକା କାର୍ଯ୍ୟ ଅନୁଧ୍ୟାନ କଲେ ସିଏମସି କମିଶନର ପଟ୍ଟାପୋଲ ନିକଟ ବକ୍ସ ଡ୍ରେନ୍ କାର୍ଯ୍ୟ ତଦାରଖ
କଟକ : କଟକ ମହାନଗରରେ ଚାଲିଥିବା ଜାଇକା କାର୍ଯ୍ୟକୁ ଆଜି ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ପଟ୍ଟାପୋଲ ଓ ବାରପଥର ନିକଟରେ ଜାଇକାର ବକ୍ସ ଡ୍ରେନ୍ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ଏହି କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସେ ଉପସ୍ଥିତ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବିଶେଷକରି ବର୍ଷା ଦିନରେ ଡ୍ରେନ କାର୍ଯ୍ୟକୁ ନେଇ ଯେପରି ଜନସାଧାରଣଙ୍କର କୈାଣସି ଅସୁବିଧା ନ ହେବ ସେଥିପ୍ରତି ଧ୍ୟାନ ଦେବା ପାଇଁ ଉପସ୍ଥିତ ଯନ୍ତ୍ରୀମାନଙ୍କୁ ଶ୍ରୀ କଲ୍ୟାଣ ନିର୍ଦ୍ଦେଶ ଦେଇଥିଲେ । କଟକ ସହରରେ ଜାଇକା କାର୍ଯ୍ୟକୁ ସଫଳତାର ସହ ଶେଷ କରିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର ହୋଇଥିଲା ବେଳେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହାକୁ ଏକ ଚାଲେଞ୍ଜ ରୂପେ ଗ୍ରହଣ କରାଯାଇଛି । ଏଥିନେଇ ସିଏମସି କମିଶନର ଅଣ୍ଟା ଭିଡିବା ସହ କାର୍ଯ୍ୟକୁ ଧାର୍ଯ୍ୟ ସମୟରେ ଶେଷ କରିବା ପାଇଁ ଯନ୍ତ୍ରୀମାନଙ୍କ ସହିତ ବାରମ୍ବାର ବୈଠକ ଓ ତଦାରଖ କାର୍ଯ୍ୟ ଜାରି ରଖିଛନ୍ତି । ସେହିପରି ନଗର ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ ବାରମ୍ବାର କାର୍ଯ୍ୟର ସମୀକ୍ଷା କରାଯିବା ସହ ଖୋଦ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥି ଭାଥାନାନ୍ କଟକରେ ପହଂଚି କାର୍ଯ୍ୟ ତଦାରଖ କରିଥିଲେ । ସେହିପରି ଦୁଇ ଦିନ ପୂର୍ବେ ସଚିବ ଶ୍ରୀ ମାଥିଭାଥାନାନ୍ ଏକ ଆଭାସୀ କାର୍ଯ୍ୟକ୍ରମରେ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସିଏମସି କମିଶନର ଶ୍ରୀ କଲ୍ୟାଣଙ୍କୁ ପଚାରି ବୁଝିଥିଲେ ।
