ଓଡ଼ିଶା ଆଶକର୍ମୀ ଆସୋସିଏସନ ପକ୍ଷରୁ କାର୍ଯ୍ୟବନ୍ତ ଆନ୍ଦୋଳନ
ତିହିଡ଼ି : ରାଜ୍ୟ ସିଆଇଟିୟୁ ଅନୁବନ୍ଧିତ ଓଡ଼ିଶା ଆଶକର୍ମୀ ଆସୋସିଏସନ ଡାକରାରେ ଭଦ୍ରକ ଜିଲା ତିହିଡ଼ି ବ୍ଲକ ଆଶାକର୍ମୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ୨୦ ଦଫା ସମ୍ବଳିତ ଏକ ଦାବିପତ୍ର ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଏନଏଚଏମକୁ ଅଧିକ ଅନୁଦାନ ଦିଆଯାଇ ସ୍ଥାୟୀ କରାଯିବା, କେନ୍ଦ୍ର ବଜେଟରେ ୬ ପ୍ରତିଶତ ସ୍ୱାସ୍ଥ୍ୟ ପାଇଁ ବ୍ୟୟ ବରାଦ କରାଯିବା, ଆଶାକର୍ମୀଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା ଦିଆଯିବା, ମାସିକ ପ୍ରୋତ୍ସାହନରାଶି ଦିଆନଯାଇ ମାସିକ ବେତନ ୨୬ ହଜାର ଦିଆଯିବା, ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ ବାତିଲ କରାଯିବା, ଅବସରପରେ ଆଶାକର୍ମୀଙ୍କୁ ମାସିକ ୧୦ହଜାର ଟଙ୍କା ପେନସନ ଦିଆଯିବା, ଆଶକର୍ମୀଙ୍କୁ ମୃତ୍ୟୁକାଳୀନ ଓ ଅବସରକାଳୀନ ୮ଲକ୍ଷ ଟଙ୍କା ଦିଆଯିବା, ଦୁଇବର୍ଷ ପରିବର୍ତ୍ତେ ବର୍ଷକୁ ୧୦ହଜାର ଟଙ୍କା କଣ୍ଟିଜେନ୍ସି ଓ ବର୍ଷକୁ ଦୁଇଖଣ୍ଡ ଶାଢ଼ୀ ଆଶାକର୍ମୀଙ୍କୁ ଦିଆଯିବା ଆଦି ଦାବି ଅନ୍ତର୍ଭୁକ୍ତ କରାଯାଇ ଆନ୍ଦୋଳନ କରାଯାଇଥିଲା । ଏହି ଅବସରରେ ସିଆଇଟୁୟୁ ବ୍ଲକ ସଭାପତି ଆଇନଜୀବୀ ବିଷ୍ଣୁ ଦାଶଙ୍କ ସଭାପତିତ୍ୱରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରମିକ ନେତ ନିର୍ମଳଚନ୍ଦ୍ର ଦଳେଇ, ସୁଷମା ଓଝା, ମମତା ଜେନା, ଭାରତୀ ପଣ୍ଡା, ପୁଷ୍ପିତା ଜେନା, ପ୍ରମିଳା ବିଶ୍ୱାଳ, ସରସ୍ୱତୀ ଜେନା, ମମତା ଓଝା, ଜୟନ୍ତୀ ବେହେରା, ରେବତୀ ସାହୁ, ଅଯୋଧ୍ୟା ରାଉତ, ବାସନ୍ତୀ ବେହେରା, ସରସ୍ୱତୀ ଜେନା, ସୁରତୀ ବାରିକ, କ୍ରିଷ୍ଣା ବାରିକ, ଶ୍ରଦ୍ଧାଞ୍ଜଳି ନାୟକ, ଅନ୍ନପୂର୍ଣ୍ଣା ଦାସ, ସେବତୀ ରାଉଳ ପ୍ରମୁଖ ବହୁ ଆଶାକର୍ମୀ ଯୋଗଦେଇ ବକ୍ତବ୍ୟ ଦେଇଥିଲେ ।
