ପ୍ରକୃତିଙ୍କୁ ବଡ଼ ଝଟକା, ଆମେ ହସ୍ତକ୍ଷେପ କରିବୁନୁ : ହାଇକୋର୍ଟ
କଟକ : ପ୍ରକୃତିଙ୍କ ଉପରେ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ସହ ଏହି ଘଟଣାରେ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁ ବୋଲି କୋର୍ଟରେ ଦାୟର ହୋଇଥିବା ନିଜ ପିଟିସନରେ ପ୍ରାର୍ଥନା କରିଥିଲେ ପ୍ରକୃତି। ଏହି ମାମଲାରେ ଖାରବେଳ ନଗର ଥାନା ଆଇସିସି ଓ ଗୃହ ସଚିବଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା । ତେବେ ଆଜି ହାଇକୋର୍ଟ ଦେଇଥିବା ରାୟ ପରେ ପ୍ରକୃତି ମିଶ୍ରଙ୍କୁ ଏକ ବଡ଼ ଝଟକା ଲାଗିଛି।
ଏବେ ପୁଣି ଟେନସରେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର । ପ୍ରକୃତି ମିଶ୍ରଙ୍କ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟଙ୍କ କହିବା କଥା ଡିସିପି ଯାହା ନିଷ୍ପତ୍ତି ନେବେ ତାହା ହିଁ ମାନିବାକୁ ପଡ଼ିବ। ଏହି ମାମଲାରେ ହସ୍ତକ୍ଷେପ ନକରିବା ସହ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ତେବେ ବାବୁସାନଙ୍କ ପତ୍ନୀ ଓ ଶ୍ୱଶୁରଙ୍କ ନାଁରେ ଏତଲା କରିଥିଲେ ପ୍ରକୃତି ମିଶ୍ର । କେବଳ ଯେ, ହାଇକୋର୍ଟ ମାମଲା ଦେଇଥିଲେ ତାହା ନୁହେଁ ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ ଏ ବାବଦରେ ଜଣାଇଥିଲେ ଅଭିନେତ୍ରୀ । ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟ ଯାଇଥିଲେ ପ୍ରକୃତି । ମାତ୍ର ହାଇକୋର୍ଟରୁ ବି ତାଙ୍କୁ ନିରାଶ ହେବାକୁ ପଡ଼ିଛି।
ତେବେ ଆକ୍ଟ ବାବୁଶାନ ତାଙ୍କ ପତ୍ନୀ ତୃପ୍ତି ଓ ପ୍ରକୃତି ମିଶ୍ର ବିବାଦରେ ଗତ କିଛି ମାସତଳେ ଦେଖାଦେଇଥିଲା ନୂଆ ଟ୍ୱିଷ୍ଟ। ପ୍ରକୃତିଙ୍କ ପ୍ରତି ଅନ୍ୟାୟ ହୋଇଥିବା ଦର୍ଶାଇ ପ୍ରକୃତି ମିଶ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପୋଲିସର ତଦନ୍ତରେ ଶିଥିଳତା ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରକୃତି। ତାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ସହ ଏହି ଘଟଣାରେ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁ ବୋଲି କୋର୍ଟରେ ଦାୟର ହୋଇଥିବା ନିଜ ପିଟିସନରେ ପ୍ରାର୍ଥନା କରିଥିଲେ ପ୍ରକୃତି। ଏହି ମାମଲାରେ ଖାରବେଳ ନଗର ଥାନା ଆଇସିସି ଓ ଗୃହ ସଚିବଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା । ତେବେ ହାଇକୋର୍ଟ ଦେଇଥିବା ରାୟ ପରେ ପ୍ରକୃତି ମିଶ୍ରଙ୍କୁ ଏକ ବଡ଼ ଝଟକା ଲାଗିଛି।
ଯେତେବେଳେ ପ୍ରକୃତି ଏହି ମାମଲା ଦାୟର କରିଥିଲେ ସେତେବେଳେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ପୁରା ଦୁନିଆ ଦେଖିଛି ମୋ ସହ କଣ ହୋଇଥିଲା। ମୋର ମାନ୍ୟବର କୋର୍ଟଙ୍କ ଉପରେ ବହୁତ ଭରସା ଅଛି । ମତେ ମୋ ଭାଗର ନ୍ୟାୟ ନିହାତି ମିଳିବ,ବୋଲି କହିଥିଲେ ପ୍ରକୃତି ମିଶ୍ର । ହେଲେ ସେସବୁ କଥା ଉପରେ ଗାର ଟାଣିଦେଇଛନ୍ତି ଓଡ଼ିଶା ହାଇ କୋର୍ଟ ।
ସୂଚନା ଯେ, ରାସ୍ତା ଉପରେ ପଡ଼ିଥିଲା ଷ୍ଟାର ଦମ୍ପତିଙ୍କ କଳି । ବାବୁସାନ-ପ୍ରକୃତି ମିଶ୍ରଙ୍କୁ ରେଡ ହ୍ୟାଣ୍ଡ ଧରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି । ରାସ୍ତା ଉପରେ ଟଣାଓଟରା ଭିଡାଭିଡି ହୋଇଥିଲେ ତିନିଜଣ। ଆଉ ଏହି ଘଟଣାର ପୂରା ଦେଶରେ ବି ଚର୍ଚ୍ଚାକୁ ଆସିଥିଲା। ପରେ ପାରିବାରିକ ବୁଝାମଣା ପରେ ତୃପ୍ତିଙ୍କ ପାଖକୁ ବାବୁସାନ ଫେରିଥିଲେ । ହେଲେ ତାଙ୍କୁ ବିଚ୍ ବଜାରରେ ଗୁଣ୍ଡା ମାନେ ମାଡ଼ ମାରିବା ସହ ତାଙ୍କ ପ୍ରତି ଅନ୍ୟାୟ ହେଇଛି ବୋଲି କହି ପ୍ରକୃତି ମିଶ୍ର ହାଇକୋର୍ଟରେ ପିଟିସନ ଦାୟର କରିଥିଲେ।
