ଗତ ୨୪ ଘଂଟାରେ ପୋଲିସ ଦ୍ୱାରା ୮ ହଜାରରୁ ଅଧିକ ଟଙ୍କା ଜୋରିମାନା ଆଦାୟ
ନୁଆପଡା : ଗତ ୨୪ ଘଂଟା ମଧ୍ୟରେ ନୁଆପଡା ଜିଲ୍ଲା ପୋଲିସ ନୁଆପଡା ଜିଲ୍ଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ଜିଲ୍ଲା ପୋଲିସ ସମୁଦାୟ ୮ ହଜାର ଟଙ୍କା ଜୋରିମାନା ଆଦାୟ କରିଛି । ଏହା ସହିତ ଗାଡି ଚେକିଂ ବେଳେ ୧ ଜଣ ନିୟମ ଉଲଙ୍ଘନ କାରୀଙ୍କର ଡ୍ରାଇଭିଂ ଲାଇସେନ୍ସ କ୍ୟାନସେଲ କରାଯାଇଅଛି । ମଙ୍ଗଳବାର ମଦ ପାନ କରି ଗାଡି ଚଲାଉଥିବା ଅପରାଧରେ ୬ ଜଣ ଲୋକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି । ଜିଲ୍ଲାରେ ୮ ଜଣଙ୍କ ନାମରେ ୮ ଗୋଟି ଅବକାରୀ ମାମଲା ରୁଜୁରାଯିବା ସହ ୮ ଲିଟର ମଦ ଜବତ କରାଯାଇଛି ବୋଲି ଏ ସଂପର୍କରେ ନୁଆପଡା ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି ।
