ଗତ ୨୪ ଘଂଟାରେ ନୁଆପଡା ପୋଲିସ ଦ୍ୱାରା ୫ ହଜାରରୁ ଅଧିକ ଟଙ୍କା ଜୋରିମାନା ଆଦାୟ
ଭୁବନେଶ୍ୱର : ଗତ ୨୪ ଘଂଟା ମଧ୍ୟରେ ନୁଆପଡା ଜିଲ୍ଲା ପୋଲିସ ନୁଆପଡା ଜିଲ୍ଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ଜିଲ୍ଲା ପୋଲିସ ସମୁଦାୟ ୫ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରିଛି । ଏହା ସହିତ ଗାଡି ଚେକିଂ ବେଳେ ୧ ଜଣ ନିୟମ ଉଲଙ୍ଘନ କାରୀଙ୍କର ଡ୍ରାଇଭିଂ ଲାଇସେନ୍ସ କ୍ୟାନସେଲ କରାଯାଇଅଛି । ମଙ୍ଗଳବାର ମଦ ପାନ କରି ଗାଡି ଚଲାଉଥିବା ଅପରାଧରେ କୌଣସି ଲୋକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି । ଜିଲ୍ଲାରେ ୬ ଜଣଙ୍କ ନାମରେ ୬ ଗୋଟି ଅବକାରୀ ମାମଲା ରୁଜୁରାଯିବା ସହ ୧୧ ଲିଟର ମଦ ଜବତ କରାଯାଇଛି ବୋଲି ଏ ସଂପର୍କରେ ନୁଆପଡା ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି ।
