ଗତ ୨୪ ଘଂଟାରେ ନୁଆପଡା ପୋଲିସ ଦ୍ୱାରା ୧୯ ହଜାରରୁ ଅଧିକ ଟଙ୍କା ଜୋରିମାନା ଆଦାୟ
ନୁଆପଡା : ଗତ ୨୪ ଘଂଟା ମଧ୍ୟରେ ନୁଆପଡା ଜିଲ୍ଲା ପୋଲିସ , ଜିଲ୍ଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ଜିଲ୍ଲା ପୋଲିସ ସମୁଦାୟ ୧୯ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରିଛି । ଏହା ସହିତ ଗାଡି ଚେକିଂ ବେଳେ ୩ ଜଣ ନିୟମ ଉଲଙ୍ଘନ କାରୀଙ୍କର ଡ୍ରାଇଭିଂ ଲାଇସେନ୍ସ କ୍ୟାନସେଲ କରାଯାଇଅଛି । ସୋମବାର ମଦ ପାନ କରି ଗାଡି ଚଲାଉଥିବା ଅପରାଧରେ ୧୯ ଜଣ ଲୋକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି । ଜିଲ୍ଲାରେ ୨ ଜଣଙ୍କ ନାମରେ ୨ ଗୋଟି ଅବକାରୀ ମାମଲା ରୁଜୁରାଯିବା ସହ ୪୧.୬୦୦ ଲିଟର ମଦ ଜବତ କରାଯାଇଛି ବୋଲି ଏ ସଂପର୍କରେ ନୁଆପଡା ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି ।
