ତିହିଡ଼ି ଉଚ୍ଚ ମାଧ୍ୟମିକ ସ୍କୁଲରେ ଅଭିଭାବକ ଓ ଶିକ୍ଷକ ସମନ୍ୱୟ ବୈଠକ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଉଚ୍ଚ ମାଧ୍ୟମିକ ସ୍କୁଲର ଅଭିଭାବକ ଓ ଶିକ୍ଷକ ମାନଙ୍କୁ ନେଇ ଶନିବାର ସ୍କୁଲ ପରିସର ମଧ୍ୟରେ ଏକ ସମନ୍ୱୟ ବୈଠକ ଅଧ୍ୟକ୍ଷ ବିଶ୍ୱଜିତ ଧଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ସେଣ୍ଢ ଯୋଗ ଦେଇ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସମନ୍ୱୟ ରହିପାରିଲେ ଶିକ୍ଷାର ଅଗ୍ରଗତି ହୋଇପାରିବ ବୋଲି କହିଥିଲେ । ସରକାରଙ୍କର ନିର୍ଦ୍ଦେଶ ଅନୁସାରେ ଏହି ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶିକ୍ଷାର ମାନ ବୃଦ୍ଧି କିପରି ହୋଇ ପାରିବ ସେନେଇ ଆଲୋଚନା କରାଯାଇଥିଲା । ସ୍କୁଲର ଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯ।।ଇଥିଲା । ଯଥା ଖେଳପଡ଼ିଆ, ପାନୀୟଜଳ, ଶ୍ରେଣୀଗୃହ, ଶୌଚାଳୟ, ସାଇକେଲ ଷ୍ଟାଣ୍ଡ, ବିଦ୍ୟୁତ୍, ଶିକ୍ଷକ ଅଭାବ ସମସ୍ୟା ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା । ବିଶେଷ ଭାବେ ସ୍କୁଲର ଯାହାକିଛି ଅଭାବ ଅସୁବିଧା ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଭାବକମାନଙ୍କୁ କହିବେ । ଅଭିଭାବକମାନେ ସ୍କୁଲର କର୍ତ୍ତୃପକ୍ଷଙ୍କ ନିକଟରେ କହି ସମସ୍ୟାର ସମାଧାନ କରାଇ ପାରିବେ ବୋଲି ଅଧ୍ୟକ୍ଷ ଶ୍ରୀ ଧଳ ସୂଚନା ଦେଇଥିଲେ । ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ବାରିକ ବୈଠକ ପରିଚାଳନା କରିଥିଲେ । ଏହି ବୈଠକରେ ଜ୍ୟୋତିର୍ମୟୀ ଜେନା, ବନିତା ଜେନା, ସରସ୍ୱତୀ ମହାପାତ୍ର, ସୁଶାନ୍ତ କୁମାର ବାରିକ, ରମେଶ ମହାଳିକ, ସବିତା ବିଶ୍ୱାଳ, ଜ୍ଞାନପ୍ରକାଶ ମାହୁନ୍ତ, ଉତ୍ତମ କୁମାର ମହାପାତ୍ର, ରବିନାରାୟଣ ସାହୁ, ପ୍ରଶାନ୍ତ କୁମାର ସେନାପତି, ନୀଳମଣି ମୁଦୁଲି, ଗୀତାଂଜଳି ବାରିକ, ଅନୀଲ ବଳ, କରୁଣାକର ସାହୁ ପ୍ରମୁଖ ଶତାଧିକ ଅଭିଭାବକ ଓ ଅଭିଭାବିକା ମାନେ ଯୋଗ ଦେଇଥିବା ବେଳେ ସ୍କୁଲର ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନେ ଉପସ୍ଥିତ ଥିଲେ ।
