ବାସୁଦେବପୁର ବ୍ଲକ୍ରେ ମିଳିତ ଜନ ଶୁଣାଣି ଶିବିର : ୩୪୩ ଅଭିଯୋଗ ଆଗତ
ଭଦ୍ରକ : ଜିଲ୍ଲାପାଳ ଓ ଏସ୍.ପି. ଙ୍କ ମିଳିତ ଜନ ଶୁଣାଣି ଶିବିର ଆଜି ମଙ୍ଗଳବାର ବାସୁଦେବପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଏସ୍.ପି. ବରୁଣ ଗୁଣ୍ଟୁପାଲି ଓ ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ ଏଥିରେ ଯୋଗଦେଇ ସମୁଦାୟ ୩୪୩ ଅଭିଯୋଗର ଶୁଣାଣି କରିଛନ୍ତି । ସେଥିମଧ୍ୟରେ ୩୩୯ ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଥିଲା ବେଳେ ୪ଟି ସାମୂହିକ ସମସ୍ୟା ଭିତ୍ତିକ ଅଭିଯୋଗ ଥିଲା । ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର କୁମାର ବିଶ୍ୱାଳ ପ୍ରମୁଖ ଏହି ଶୁଣାଣି ଶିବିରରେ ଯୋଗ ଦେଇଥିଲେ । ଶୁଣାଣି ଶିବିରରେ ଦିବ୍ୟାଙ୍ଗ ମାନଙ୍କୁ ବିଭିନ୍ନ ଉପକରଣ ମଧ୍ୟ ବଣ୍ଟନ କରାଯାଇଥିଲା । ବି.ଡ଼ି.ଓ ସତ୍ୟଜିତ୍ ରାଉତ ଓ ବ୍ଲକ୍ ର ଅନ୍ୟ କର୍ମଚାରୀ ମାନେ ଏହି ଶିବିର ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିବା ବେଳେ ଜିଲ୍ଲା ସ୍ତରୀୟ ଓ ଉକ୍ତ ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ଏହି ଶିବିରରେ ଉପସ୍ଥିତ ରହି ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ ।
