ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ ଉତ୍ସବ
ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଭାରତୀୟ କମ୍ୟୁନିଷ୍ଟ୍ ପାର୍ଟି (ସିପିଆଇ)ର ନୂତନ କାର୍ଯ୍ୟାଳୟ ପୀରହାଟ ନୂଆବଜାରରେ ଶୁକ୍ରବାର ଉଦ୍ଘାଟିତ ହୋଇ ଯାଇଛି । ଏହି ଅବସରରେ ପ୍ରଥମେ ଦଳୀୟ ପତାକାକୁ ବରିଷ୍ଠ କମ୍ୟୁନିଷ୍ଟ ନେତା ଶ୍ୟାମସୁନ୍ଦର ନାୟକ ଉତ୍ତୋଳନ କରିଥିଲେ । ତିହିଡ଼ି ଜୋନ ସମ୍ପାଦକ ସନ୍ଥ ଚରଣ ବିଶ୍ୱାଳ ଦଳୀୟ ପତାକାକୁ ଗାର୍ଡ଼ ଅଫ୍ ଅନର ଦେଇଥିଲେ । ଦଳୀୟ ନେତାମାନେ ସହୀଦ ବେଦୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ନୂତନ କାର୍ଯ୍ୟାଳୟକୁ ରାଜ୍ୟ ସହସମ୍ପାଦକ ତଥା ହାଇକୋର୍ଟ ଆଡ଼ଭୋକେଟ ଡ. ପ୍ରଶାନ୍ତ ମିଶ୍ର ଉଦ୍ଘାଟନ କରିଥିଲେ । ବରିଷ୍ଠ ନେତା ବଳରାମ ମିଶ୍ର ଦଳୀୟ ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବରିଷ୍ଠ ନେତା ରାଜ୍ୟ ସହସମ୍ପାଦକ ପ୍ରଶାନ୍ତ ମିଶ୍ର, ଜିଲା ସମ୍ପାଦକ ଶୁଭେନ୍ଦୁ ପ୍ରତାପ ମହାନ୍ତି, କମ୍ରେଡ଼ ବୈଲୋଚନ ଜେନା, ବଳରାମ ମିଶ୍ର, ବେଣୁଧର ନାୟକ, ଭାସ୍କର ବାରିକ, ଗୋପବନ୍ଧୁ ସେଠୀ, ଦୀନବନ୍ଧୁ ସାହୁ, ରାଧାକାନ୍ତ ରାଉତ, କୁମ୍ଭପାଣି ଦାସ ପ୍ରମୁଖଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲା ସହସମ୍ପାଦକ ବିମ୍ବାଧର ବାରିକ, ଚାନ୍ଦବାଲି ଜୋନ ସମ୍ପାଦକ ଅନନ୍ତ ପ୍ରସାଦ ମହାନ୍ତି, ବାସୁଦେବପୁର ଜୋନ ସମ୍ପାଦକ ହରିହର ବେହେରା, ବନ୍ତ ଜୋନ ସମ୍ପାଦକ ରମେଶ ଜେନା, ଉମାକାନ୍ତ ମିଶ୍ର, ନାରାୟଣ ଚନ୍ଦ୍ର ତ୍ରିପାଠୀ, ସନାତନ ଦାସ, ରବିନ୍ଦ୍ର ବାରିକ, ପରମେଶ୍ୱର ବାରିକ, ନିରଂଜନ ମହାନ୍ତି, ସଂଗ୍ରାମ କେଶରୀ ଜେନା, ଗୌରହରି ମିଶ୍ର, କଳ୍ପତରୁ ସେଠୀ, କୃତ୍ତିବାସ ଜେନା, ଦିଲୀପ କୁମାର ମହାନ୍ତି, ସଂଜୟ କୁମାର ଓଝା, କାହ୍ନୁ ଚରଣ ବେହେରା, ନିତ୍ୟାନନ୍ଦ ବାରିକ, କାହ୍ନୁ ଚରଣ ପରିଡ଼ା, ଅମରେନ୍ଦ୍ର ମହାନ୍ତି, ବୀରବର ପାତ୍ର, ନିର୍ମଳ ସେନାପତି, ନିରୁପମା ପାଣି ପ୍ରମୁଖ ଶତାଧିକ କମ୍ୟୁନିଷ୍ଟ ନେତା ଯୋଗ ଦେଇଥିଲେ ।
