ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଯୋଜନା ଶିବିର
ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଗୁରୁବାର ଜାତୀୟ ସେବା ଯୋଜନା ଶିବିର ହରିପୁସ୍ଥିତ ହରିଶ୍ଚନ୍ଦ୍ର ନୋଡାଲ ଏମଇ ସ୍କୁଲରେ ଉଦ୍ଘାଟିତ ହୋଇ ଯାଇଛି । ଏହି ଶିବିରକୁ ବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ୱଜିତ୍ ଧଳ ଉଦ୍ଘାଟନ କରିଥିଲେ । ଶିବିରରେ ଏମଇ ସ୍କୁଲର ଶିକ୍ଷୟତ୍ରୀ ଗୀତାଂଜଳି ଦାସ, ସ୍ନେହଲତା ନାୟକ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରୋଜେକ୍ଟ ଅଫିସର ଅଧ୍ୟାପକ ଶ୍ରୀରାମ ଦାସ ଛାତ୍ରଛାତ୍ରୀମାନଙ୍କୁ ନେଇ ଜାତୀୟ ସେବା ଶିବିରର କାର୍ଯ୍ୟକାରିତା ଉପରେ ଆଲୋଚନା କରିବା ସହିତ ଗ୍ରାମ ସଫେଇ କାର୍ଯ୍ୟ କରିଥିଲେ ।
