ତିହିଡି ଯୁବମଞ୍ଚ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ତିହିଡି ଯୁବମଞ୍ଚ ଓ ଭୂମିକା ଚକ୍ଷୁ ଚିକିତ୍ସାଳୟ ମିଳିତ ସହଯୋଗରେ ତିହିଡି ସଂଗୀତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ସାମ୍ବାଦିକ ସମାଜସେବୀ ରାମ ନାରାୟଣ ନାୟକ ଉଦ୍ଘାଟନ କରିଥିଲେ ସଂଗଠନର ଉପଦେଷ୍ଟା ସଚିକାନ୍ତ ନାୟକ ପରିଚାଳନା କରିଥିଲେ । ଭୂମିକା ପକ୍ଷରୁ ଡା ମୁକ୍ତିକାନ୍ତ ନାୟକ କ୍ୟାମ୍ପ ମ୍ୟାନେଜେର ରାମ ଚନ୍ଦ୍ର ବେହେରା, ଅଭିଜିତ ବେହେରା, ସୁବ୍ରତ ସେନାପତି ପାରାମେଡିକାଲ ଷ୍ଟାଫ ନିଶା ଭାରତୀ, ସୁଚିତ୍ରା ସ୍ୱାଇଁ ସଂଗଠନ ପକ୍ଷରୁ ସଭାପତି କୈଳାସ ବେହେରା ସଂପଦକ ଅନିଲ ନାୟକ ସୋସିଆଲ ମିଡ଼ିଆ ସଂଯୋଜକ ନିରଞ୍ଜନ ବାରିକ ସାଂସ୍କୃତିକ ସଂଯୋଜକ ନୀଳ ମାଧବ ସେନାପତି ସଦସ୍ୟ ସୌମ୍ୟ ଗୋପାଳ ନାୟକ ଅଭିଜିତ ନାୟକ ପ୍ରମୁଖ ଶିବିର ପରିଚାଳନା କରିଥିଲେ ଉକ୍ତ ଶିବିର ରେ ୮୦ ରୋଗୀଙ୍କ ମଧ୍ୟ୍ୟରୁ ୨୫ ମୋତିଆ ବିନ୍ଦୁ ରୋଗୀ ଚିହ୍ନଟ କରାଯାଇ ମାଗଣାରେ ଅପରେସନର ବ୍ୟବସ୍ଥା କରାଯାଇଥିଲା ।
