ତିହିଡ଼ି ଉଚ୍ଚ ମାଧ୍ୟମିକ ସ୍କୁଲରେ ବାଳିକା ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦ୍ଘାଟିତ
ତିହିଡ଼ି : ତିହିଡ଼ି ସ୍ଥିତ ଉଚ୍ଚ ମାଧ୍ୟମିକ ସ୍କୁଲରେ ସୋମବାର ବାଳିକା ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦ୍ଘାଟିତ ହୋଇ ଯାଇଛି । ସ୍କୁଲର ଅଧ୍ୟକ୍ଷ ବିଶ୍ୱଜିତ୍ ଧଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ତିହିଡ଼ି ଥାନାର ଭାରପ୍ରାପ୍ତ ଅଧିକାରୀ ତପନ କୁମାର ପ୍ରଧାନ ଯୋଗ ଦେଇ ସାଂପ୍ରତିକ ସମୟରେ ଛାତ୍ରୀମାନେ କିପରି ନିଯକୁ ସୁରକ୍ଷା ଦେଇ ପାରିବେ ସେ ସମ୍ପର୍କରେ ଆଲୋକପାତ କରିବା ସହ ଛାତ୍ରୀମାନେ ଆତ୍ମରକ୍ଷା କୌଶଳ ଜ୍ଞାନ ଆହରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପ୍ରୋଗ୍ରାମ ସଂଯୋଜକ ଜ୍ୟୋତ୍ସ୍ନାରାଣୀ ବିଶ୍ୱା, ଟ୍ରେନର ଐଶ୍ୱର୍ଯ୍ୟା ଭାରତୀ କର, ଲକ୍ଷ୍ମୀପ୍ରିୟା ନାୟକ, ଲକ୍ଷ୍ମୀପ୍ରିୟା ବାରିକ, ତନ୍ମୟୀ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଶିକ୍ଷାକର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଶିବିର ୧୬ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି ।
