ତିହିଡ଼ି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରୀ ବୈଠକ
ତିହିଡି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରୀ ବୈଠକ ଶିକ୍ଷକ ଭବନ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି । ସଂଘର ସଭାପତି ମାୟାଧର ସାହୁ ଏଥିରେ ଅଧ୍ୟକ୍ଷତା ଓ ଶିକ୍ଷକ ମନ୍ମଥ ଦାସଙ୍କ ସଂଯୋଜନା କରିଥିଲେ । ଜିଲା ସମ୍ପାଦକ ମନୋରଂଜନ ନାୟକ, ଜିଲା କୋଷାଧ୍ୟକ୍ଷ ଗିରିଧାରୀ ଚାନ୍ଦ, ସହସମ୍ପାଦକ ରୂପେଶ କୁମାର ସାହୁ ଯୋଗ ଦେଇ ସଂଘ ସମ୍ପର୍କରେ ଆଲୋଚନା କରିଥିଲେ । ବ୍ଲକ ସମ୍ପାଦକ ରମାକାନ୍ତ ଦାସ ଯୋଗ ଦେଇ ଜାନୁଆରୀ ୭ ତାରିଖରେ ଶିକ୍ଷକ ପ୍ରତିଷ୍ଠା ଦିବସ ପାଳନ ସହିତ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଉପଦେଷ୍ଟା ବସନ୍ତ କୁମାର ବଳ, ସନ୍ତୋଷ କୁମାର ଦାସ, ବଂଶୀଧର ଦାସ, ଶ୍ରୀନାଥ ମଲିକ, କେଶବ ଚନ୍ଦ୍ର ସାହୁ, ଦେବାଶିଷ ନାୟକ, ଦେବବ୍ରତ ଶତପଥି, ସଂଜୟ କୁମାର ମହାଳିକ, ନିରୋଦ କୁମାର ମଲିକ, ଚନ୍ଦନ ପାତ୍ର, ରମାମଣି ବେହେରା, ସୁଧୀର କୁମାର ସାମଲ, ନମିତା ତ୍ରିପାଠୀ, ଧରଣୀଧର ଦାସ, ଭୂମିକା ମଲ୍ଲିକ, ମଂଜୁଲତା ନାୟକ, ବାଳବାତୀ ଧଳ, ରାଧାରାଣୀ ବେହେରା, ବାସନ୍ତୀ ପାଣିଗ୍ରାହୀ, ନିର୍ମଳ ଚନ୍ଦ୍ର ଦାସ, ପ୍ରମୋଦ କୁମାର ମହାପାତ୍ର, ନୃସିଂହ ଚରଣ ସାହୁ, ରାଜେନ୍ଦ୍ର ନାରାୟଣ ଦାସ, ସୁଭେନ୍ଦୁ କୁମାର ସାହୁ, ବିଜୟ ମହାଳିକ, ହିମାଂଶୁ ଶେଖର ଦାସ, ସୁଜାତା ବେହୁରା, ସବିତା ଚାନ୍ଦ ପ୍ରମୁଖ ଯୋଗ ଦେଇ ସଂଘର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସଂଘକୁ ସଂପ୍ରସାରଣ କରାଯାଇ କାର୍ଯ୍ୟକାରୀ ସଭାପତି ଭାବେ ଗୋପାଳ ଚନ୍ଦ୍ର ଦାସ, ଉପସଭାପତି ଭାବେ ବିଶ୍ୱନାଥ ଦାସ, ସହସମ୍ପାଦିକା ଭାବେ ସସ୍ମିତା ମଞ୍ଜରୀ ନାୟକ, କ୍ଲଷ୍ଟର ପ୍ରତିନିଧି ରୂପେ ଧୀରେନ୍ଦ୍ର ସାହୁ ଓ ଜଗବନ୍ଧୁ ଜେନାଙ୍କୁ ମନୋନୀତ କରାଯାଇଥିଲା । ଶେଷରେ ସଂଗଠନ ସମ୍ପାଦକ ଶ୍ରୀନାଥ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ନୂତନ ବର୍ଷ ଉପଲକ୍ଷେ ବିଇଓ ଓ କର୍ମଚାରୀମାନଙ୍କୁ ସଂଘ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।
