ତିହିଡି ଭିଆରପି ସଂଘ ପକ୍ଷରୁ ଅଧ୍ୟକ୍ଷା ଓ ବିଡ଼ିଓଙ୍କୁ ଶୁଭେଚ୍ଛା
ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭିଆରପି ସଂଘ ପକ୍ଷରୁ ଅଧ୍ୟକ୍ଷା ଅବନ୍ତୀ ଦାସ ଓ ବିଡ଼ିଓ ଜ୍ୟୋତିର୍ମୟ କରଙ୍କୁ ନୂତନ ବର୍ଷ ଉପଲକ୍ଷେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏଥିସହ ବ୍ଲକ ସୋସିଆଲ ଅଡିଟର ଇତିଶ୍ରୀ ଦାସ ଓ ଏମଜିଏନଆରଇଜିଏସ ସହକାରୀ ସୁଧାଂଶୁ ଶେଖର ନାୟକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଯାଇଛି । ଏହି ଅବସରରେ ବିଡ଼ିଓ ଶ୍ରୀ କର ଭିଆରପି ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସମସ୍ତ ଭିଆରପି ମାନଙ୍କର ଶୁଭକାମନା କରିଛନ୍ତି । ଅଧ୍ୟକ୍ଷା ଶ୍ରୀମତୀ ଦାସ ମଧ୍ୟ ନୂତନବର୍ଷରେ ଭିଆରପି ସଂଘର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ସଂଘର ଉପଦେଷ୍ଟା ବିଳାସିନୀ ନାୟକ, ସମ୍ପାଦିକା ଇତିଶ୍ରୀ ବେହେରା,କାର୍ଯ୍ୟକାରୀ ସଦସ୍ୟ ସବିତା ବାରିକ ଓ ରାଜଶ୍ରୀ ନାୟକ, ସଭ୍ୟ ପୁଷ୍ପ ଲତା ବରାଳ, ଅନିମା ମଞ୍ଜରୀ ନାୟକ, ସସ୍ମିତା ଜେନା, ସତ୍ୟଭାମା ମହାଳିକ, ନମିତା ମଲ୍ଲିକ, ରୁକ୍ମମଣି ନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ ।
