ବାରିପଦା : ମୟୂରଭଞ୍ଜ ଲେଖକ ସାମ୍ମୁଖ୍ୟ ତରଫରୁ ଏକ ସାରସ୍ୱତ ସମାରୋହ ଓ କବିତା ପାଠୋଽତ୍ସବ ସାମ୍ମୁଖ୍ୟର ସଭାପତି ଗୀତାରାଣୀ ସାହୁଙ୍କ ପୌରୋହିତ୍ୟରେ ସ୍ଥାନୀୟ ମହାରାଣୀ ପ୍ରେମକୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଏକ ଭବ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହରେ ବିଶିଷ୍ଟ ସାହିତ୍ୟିକ ଡ. ଅବନୀ କୁମାର କୁଣ୍ଡୁ ମୁଖ୍ୟ ଅତିଥି, ଡା. ପାର୍ଥ ସାରଥୀ ଜେନା ମୁଖ୍ୟବକ୍ତା, ଶରତ ଚନ୍ଦ୍ର ନାୟକ, ଅଜୟ କୁମାର ପାଳ, ପ୍ରୀତି ସୁଧା ତ୍ରୀପାଠି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସାମ୍ମୁଖ୍ୟର ଉଦ୍ୟମକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଆଧୁନିକ କବିତାର ସ୍ୱରୂପ ଓ ସ୍ଥିତି ସମ୍ପର୍କରେ ସବିଶେଷ ଆଲୋଚନା କରି କବିମାନେ ସମାଜରେ ନୈତିକ ତଥା ଆଧ୍ୟାତ୍ମିକ ଚେତନାର ବିକାଶ ନିମିତ୍ତ କବିତା ରଚନା କରିବା ସମ୍ପର୍କରେ ମତ ପୋଷଣ କରିଥିଲେ । ଉତ୍ସବର ପ୍ରାରମ୍ଭରେ ସୁଶ୍ରୀ ଭାରତୀ ବେବର୍ତ୍ତା ଶ୍ରୀ ଜଗନ୍ନାଥଙ୍କର ଭଜନ ପରିବେଷଣ କରିଥିଲେ । ସାମ୍ମୁଖ୍ୟର ପ୍ରତିଷ୍ଠାତା ସମ୍ପାଦକ ବିଶିଷ୍ଟ ସାହିତ୍ୟିକ ଭାଗବତ ପଣ୍ଡା ସ୍ୱାଗତ ଭାଷଣ ଦେଇ ଲେଖକ ସାମ୍ମୁଖ୍ୟର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହିତ ସାହିତ୍ୟ ସମାଜର ହିତ ସାଧନ ନିମିତ୍ତ ଉଦ୍ଦିଷ୍ଟ ଓ ପାରସ୍ପାରିକ ଭାବଗତ ସମ୍ପର୍କକୁ ଯୋଡିବା ଦିଗରେ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅଭିହିତ କରି ସତ୍ୟ, ଶିବ, ସୁନ୍ଦରର ବାର୍ତ୍ତା ପ୍ରଚାର କରିଥାଏ ବୋଲି ଉଲ୍ଲେଖ କରିଥିଲେ । ପରେ ସାମ୍ମୁଖ୍ୟର ଉପସଭାପତି ତଥା କବୟିତ୍ରୀ ସୁଧାମୟୀ ଦାସ ଓ କବି ଗୋପାଳ ଚନ୍ଦ୍ର ସାଓ ଙ୍କ ସଂଯୋଜନାରେ ଅନୁଷ୍ଠିତ କବିତାପାଠୋଽତ୍ସବରେ ଭଗବତୀ ଦାଶ, ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଅଶୋକ କୁମାର ପଲେଇ, ଅଜିତ୍ କୁମାର ପାଣିଗ୍ରାହୀ, ସୁଶ୍ରୀ ସୁଜାତା କର, ନରସିଂହ ବାରିକ, ଅଧ୍ୟାପକ ରାଜେନ୍ଦ୍ର ସାମଲ, ସବିତାରାଣୀ ଶୀଟ୍, ମିତାରାଣୀ ସାହୁ, ପାର୍ବତୀ ବାରିକ, ବାସନ୍ତୀଲତା ମହାପାତ୍ର, ଅଧ୍ୟାପକ ବିକାଶ ଚନ୍ଦ୍ର ଧୁଙ୍ଗିଆ, ବରିଷ୍ଠ କବି ବୃନ୍ଦାବନ ଦାଶ, ହିମାଂଶୁ ଶେଖର ଦାସ, ଅନିଲ କୁମାର ପଟ୍ଟନାୟକ, ଅଧ୍ୟାପକ ଡ. ପଙ୍କଜ କୁମାର ମାହାନା, ଅଜୟ କୁମାର ପାଳ, ସୁଧାମୟୀ ଦାଶ, ଗୋପାଳ ସାଓ, ବୀଣାପାଣି ପଣ୍ଡା, ଗୀତାରାଣୀ ସାହୁ, ଅଜିତ୍ କୁମାର କବାଟ, ବିଜୟ କୁମାର ମହାନ୍ତି ଓ ଅଧ୍ୟାପକ ଦୋଳଗୋବିନ୍ଦ ମହାନ୍ତ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ କୃତୀ ଶିକ୍ଷକ ଡ. ଶଶିଧର ବିଶ୍ୱାଳ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିବା ସହ ଅତିଥି ପରିଚୟ ପ୍ରଦାନ ପୂର୍ବକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମେଜର ଡ. ରବିନ୍ଦ୍ରନାଥ ପରିଡା, କୈବଲ୍ୟ ପ୍ରସାଦ ମହାପାତ୍ର, ଶଙ୍କର ଜେନା, ଡା. ମହାଦେବ ଦାଶ, ଦୋଳଗୋବିନ୍ଦ ଦାଶ, ପ୍ରଦୀପ କୁମାର ଦାସ, ଅଧ୍ୟାପିକା ଜୟଶ୍ରୀ ଦାଶ, ସତୀଶ ଚନ୍ଦ୍ର ବେହେରା, ଅମିତାଭ୍ ମିଶ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ମାନସ ରଞ୍ଜନ ମହାପାତ୍ର, ଅଚ୍ୟୁତ ପ୍ରସାଦ ମହାପାତ୍ର ଓ ସମ୍ବିତ୍ କୁମାର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Post Views: 32,766