ବାରିପଦା ଗେଷ୍ଟ ହାଉସରୁ ୫୧ କେଜି ଗଞ୍ଜେଇ ଜବତ ଗଣେଜୀ ଚାଲାଣକାରୀ ବାପ-ପୁଅ ଗିରଫ
ବାରିପଦା : ବାରିପଦା ର ଏକ ଗେଷ୍ଟ ହାଉସରୁ ୫୧ କେ.ଜି ୮୦ ଗ୍ରାମର ଗଂଜେଇ ଜବତ କରିବା ସହ ଚୋରା ଗଞ୍ଜେଇ ଚାଲାଣ କରୁଥିବା ଅଭିଯିଗରେ ବାପ ପୁଅ ଦୁଇଜଣଙ୍କୁ ବାରିପଦା ଟାଉନ ପୋଲିସଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ କୁଳିଅଣା ଥାନା ଅନ୍ତର୍ଗତ ଗାଙ୍ଗରାଜ ଗ୍ରାମର ଗିରିଶ ଚନ୍ଦ୍ର ମହାକୁଡ଼ (୫୪ ) ଏବଂ ଅବିନାଶ ମହାକୁଡ଼ (୨୯ ) ବୋଲି ଜଣାଯାଇଛି । ବାରିପଦା ଟାଉନ ଥାନା ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି । ସୂଚନା ମୁତାବକ ବାରିପଦା ଗେଷ୍ଟ ହାଉସରେ ଗଂଜେଇ ରହିଥିବା ନେଇ ବାରିପଦା ଟାଉନ ଥାନା ଆଇଆଇସି ବିରେନ୍ଦ୍ର ସେନାପତିଙ୍କୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ଆଇଆଇସିଙ୍କ ତତ୍ୱାବଧାନରେ ଏସଆଇ ଅଜିତ କୁମାର ସାହୁ ୨୨ ତାରିଖ ସକାଳ ୫ ଟାରେ ପୋଲିସ ଟିମ ସହ ଗେଷ୍ଟ ହାଉସରେ ଚଢାଉ କରିଥିଲେ । ରୁମ ନମ୍ବର ୨୧୦ରେ ବାପା-ପୁଅ ଦୁଇଜଣ ଚୋରା ଚାଲାଣକାରୀ ଓ ଅନ୍ୟ ଦୁଇଜଣ ମଧ୍ୟ ଉପସ୍ଥିତ ଥିଲେ । ତେବେ ପୋଲିସକୁ ଦେଖି ଓଡି ୦୨ବିଏସ/୧୩୮୭ ନମ୍ୱର ବିଶିଷ୍ଟ କାରରେ ୨ ଜଣ କୌଶଳ କ୍ରମେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଅଭିଯୁକ୍ତ ବାପା-ପୁଅଙ୍କୁ ଧରବାରେ ପୋଲିସ ସଫଳ ହୋଇଥିଲା । ଗିରିଶ ମହାକୁଡ଼ ଠାରୁ ଏକ ଧଳାରଙ୍ଗର ଜରିରେ ନଗଦ ୪୧ ହଜାର ୩୦୦ ଟଙ୍କା, ୪ ଟି ମୋବାଇଲ ଫୋନ ସହ ୨୫ କେଜି ୪୬୫ ଗ୍ରାମ ଗଂଜେଇ ଜବତ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଅବିନାଶ ମହାକୁଡ଼ଙ୍କ ଠାରୁ ୨ଟି ମୋବାଇଲ ଫୋନ ସହ ୨୫ କେଜି ୬୧୫ ଗ୍ରାମର ଗଂଜେଇ ଜବତ କରାଯାଇଛି । ବାରିପଦା ଟାଉନ ଥାନାରେ କେସ ନଂ ୯୯୧ରେ ମାମଲା ରୁଜୁ କରାଯାଇ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ଥିବାର ବାରିପଦା ଏସଡିପିଓ ପ୍ରକାଶ ଜେମ୍ସ ଟୋପ୍ପ ଏବଂ ବାରିପଦା ଟାଉନଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
