ବିବାହର ୬ମାସ ପରେ ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ବାଡ଼ିଆସାହି ଅଞ୍ଚଳର ବିଷ୍ଣୁପ୍ରିୟା ଶିଅଳ (୨୨) ନାମକ ଜଣେ ମହିଳାଙ୍କର ବିବାହର ୬ମାସ ପରେ ମୃତ୍ୟୁ ଘଟିଛି । ପାରିବାରିକ କଳହକୁ ନେଇ ବିଷ୍ଣୁପ୍ରିୟା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ପୋଲିସ ସୂଚନା ଦେଉଥିବା ବେଳେ ଅଧିକ ଯୌତୁକ ପାଇଁ ବିଷ୍ଣୁପ୍ରିୟାଙ୍କୁ ହତ୍ୟା କରାଯାଇଥିବାର ତାଙ୍କ ମା’ ରତ୍ନମଣୀ ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ଯେ, ଗତ ୬ମାସ ପୂର୍ବରୁ ବାଡିଆସାହି ଅଞ୍ଚଳର ଦୀପକ କୁମାର ଶିଅଳ ପୋଡଶୀ ପୁରୁଷୋତ୍ତମପୁର ଅଞ୍ଚଳର ବିଷ୍ଣୁପ୍ରିୟାଙ୍କୁ ବୈଦିକ ରୀତିରେ ବିବାହ କରୁିଥିଲେ । ତେବେ ପାରିବାରିକ ଅସ୍ୱଚ୍ଛଳତାକୁ ନେଇ ବିବାହ ସମୟରେ ଅଧିକ ଯୌତୁକ ସାମଗ୍ରୀ ଦିଆଯାଇପାରିନଥିବାରୁ ବିଷ୍ଣୁପ୍ରିୟାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବାର ଅଭିଯୋଗ ହୋଇଛି ।
