ଆଜି ଫାଇଭ-ଟି ସଚିବଙ୍କ ବାରିପଦା ଗସ୍ତ ବିଭିନ୍ନ ନିର୍ମାଣାଧୀନ ଏବଂ ପ୍ରସ୍ତାବିତ ନୂତନ ପ୍ରକଳ୍ପ ବୁଲି ଦେଖିବେ
ଜିଲ୍ଲା ପ୍ରସାଶନର ବ୍ୟାପକ ପ୍ରସ୍ତୁତି ସହ ସାଶକ ଦଳ ନେତାକର୍ମୀ ତତ୍ପର ଫାଇଭ-ଟି ସଚିବଙ୍କ ଗସ୍ତ ପୂର୍ବରୁ ବାରିପଦା ଗସ୍ତ କଲେ ଜିଲ୍ଲାପର୍ଯ୍ୟବେକ୍ଷକ ବବି ଦାସ
ବାରିପଦା : ଫାଇଭ- ଟି ସଚିବ ଭି. କାର୍ତିକେୟନ ପାଣ୍ଡିୟାନ ଗୁରୁବାର ଓ ଶୁକ୍ରବାର ଦୁଇଦିନ ମୟୂରଭଂଜ ଜିଲ୍ଲାଗସ୍ତରେ ଆଦିଥିବା ବେଳେ, ଗୁରୁବାର ପ୍ରଥମେ ଉଦଳା ସବଡିଭିଜନ ଓ ପରେପରେ କରଂଜିଆ ଏବଂ ରାଇରଙ୍ଗପୁର ସବଡିଭିଜନର ବିଭିନ୍ନ ଅଂଚଳ ବୁଲି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା କରିଛନ୍ତି । ତେବେ ଶୁକ୍ରବାର ବାରିପଦା ଗସ୍ତରେ ଆସି, ପ୍ରଥମେ ବାଙ୍ଗିରିପୋଷୀ ଘାଟି ରାସ୍ତାର ବିକଳ୍ପ ଭାବରେ ପ୍ରସ୍ତାବିତ ପାଟପୁର, ସରଗଡା, ଶଂଖାଭଙ୍ଗା ରାସ୍ତା ବିଷୟରେ ସମୀକ୍ଷା କରିବା ପରେ ବାରିପଦା ଜଗନ୍ନାଥ ମନ୍ଦିରରେ ପହଂଚି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ । ପରେପରେ ବାରିପଦା ଷ୍ଟାଡିୟମ, ମଧୁବନ ଠାରେ ପ୍ରସ୍ତାବିତ ବାରିପଦା ଆଡିବନ୍ଧ, ବାଲିଡିହା ଜଳଭଂଣ୍ଡାର, ଏମ.କେ.ସି. ହାଇସ୍କୁଲ, ମାଣତ୍ରୀ ଶୈବପୀଠ, ଜିଲ୍ଲାମୁଖ୍ୟ ଚିକିତ୍ସାଳୟ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ, ବଡଯୋଡ ନିକଟସ୍ଥ ଗୁହାଳଡିହି ଠାରେ ଥିବା ସବାଇ ପ୍ରଡ୍ୟୁସର ଗ୍ରୁପର ହସ୍ତଶିଳ୍ପ କେନ୍ଦ୍ର ଇତ୍ୟାଦି ସ୍ଥାନ ଗସ୍ତ କରି ବହୁ ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ସହ ବହୁ ପ୍ରସ୍ତାବିତ ନୂତନ କାର୍ଯ୍ୟ ବାବଦରେ ସମୀକ୍ଷା ଆଲୋଚନା କରିବେ ବୋଲି ଜଣାଯାଇଛି । ତେବେ ଫାଇଭ-ଟି ସଚିବଙ୍କ ଜିଲ୍ଲାଗସ୍ତ ଆରମ୍ଭ ହୋଇ ଯାଇଥିବାରୁ ଜିଲ୍ଲା ପ୍ରସାଶନ ପକ୍ଷରୁ ବ୍ୟାପକ ପ୍ରସ୍ତିତି କରାଯାଇଥିବା ସହ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଏହା ସଚିବଙ୍କ ସରକାରୀ ଗସ୍ତ ହୋଇଥିଲେ ମଧ୍ୟ ସାଶକ ବିଜେଡଦଳ ପକ୍ଷରୁ ମଧ୍ୟ ନେତା କର୍ମୀ ମାନଙ୍କ ମଧ୍ୟରେ ବେଶ ତତ୍ପରତା ଦେଖିବାକୁ ମିଳିଛି । ଏଭଳିକି ଫାଇଭ-ଟି ସଚିବଙ୍କ ବାରିପଦା ଗସ୍ତ ପୂର୍ବରୁ ଗୁରୁବାର ବିଜେଡି ସାଂଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ବାରିପଦା ଗସ୍ତ କରି କାର୍ଯ୍ୟ ତଦାରଖ କରିବା ସହିତ ଦଳୀୟ ନେତା କର୍ମୀଙ୍କ ସହ ଆଲୋଚନା କରି ଥିବାରୁ ସଚିବଙ୍କର ଏହି ଗସ୍ତକୁ ନେଇ ଜିଲ୍ଲାରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଏପରିକି ରାସ୍ତାକଡରେ ବସି ପେଟପାଟଣା ପାଇଁ ବ୍ୟବସାୟ କରିଥିବା କିଛି ଉଠା ଦୋକାନୀଙ୍କୁ ଆଜି ଗୋଟିଏ ଦିନ ପାଇଁ ଦୋକାନ ଖୋଲିବାକୁ ବାରଣ କରାଯିବା ସହ ପକାଇଥିବା ଟେବୁଲ ବା ଗୁମୁଟି ଉଠାଇ ନେବାକୁ ପୌରପ୍ରସାଶନ ପକ୍ଷରୁ ତାଗିଦ କରାଯାଇ ଥିବାର ଦେଖାଯାଇଛି ।
