ଫାଇବି -ଟି ସଚିବଙ୍କ ୨ଦିନିଆ ମୟୂରଭଂଜ ଗସ୍ତ ବିଭିନ୍ନ ଧର୍ମପୀଠ, ପର୍ଯ୍ୟଟନସ୍ଥଳି ଗସ୍ତ ସହ ପ୍ରସ୍ତାବିତ ପ୍ରକଳ୍ପର ତଦାରଖ ମୟୂରଭଂଜର ବିକାଶ ପାଇଁ ବ୍ଲୁପ୍ରିଂଟ ରେଡି
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବାକିନିର୍ବାଚନ ପୂର୍ବରୁ ୫-ଟି ସଚିବଙ୍କ ଜିଲ୍ଲା ଗସ୍ତନେଇ ରାଜନୈତିକ ଚର୍ଚ୍ଚା ଜୋରଦାର ସରକାରୀ ଗସ୍ତରେ ମାଳମାଳ ନେତା କର୍ମୀ
ବାରିପଦା : ୫ଟି ସଚିବ ଭିକେ ପାଣ୍ଡିଆନ୍ମ ୟୁରଭଂଜକୁ ଦୁଇ ଦିନିଆ ଗସ୍ତରେ ଆସି ଗୁରୁବାର ପ୍ରଥମ ଦିନ ଉଦଳାର ଦେବକୁଣ୍ଡ, କରଂଜିଆର ଭୀମକୁଣ୍ଡ ଓ ମା କୀଚକେଶ୍ୱରୀ ମନ୍ଦିର, ଯଶିପୁର ଠାରେ ଥିବା ଖଇରୀ ଓ ଭଣ୍ଡନ ନଦୀର ମିଳନସ୍ଥଳୀରେ ନିର୍ମାଣାଧୀନ ଖଇରୀ ଭଣ୍ଡନ ବ୍ୟାରେଜର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ । ସେହିପରି ରାଇରଙ୍ଗପୁର ଦାଣ୍ଡବୋଷ ଠାରେ ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧୀସ୍ଥଳ ଏବଂ ରାଇରଙ୍ଗପୁର ହାଟବନ୍ଧ ପରିଦର୍ଶନ କରି ଏହି କ୍ଷେତ୍ରଗୁଡିକର ବିକାଶ ପାଇଁ ସରକାରୀ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଓ ନିଷ୍ପତି ପରେ ନିଶ୍ଚିତ ଭାବରେ ବିକାଶ କାର୍ଯ୍ୟ ପାଇଁ ଅର୍ଥବୟବରାଦ କରାଯିବ ବୋଲି କହିଥିଲେ । ରାଇରଙ୍ଗପୁର ବଙ୍ଗଳାରେ ଅପରାହ୍ନରେ ବିଭିନ୍ନ ସମ୍ପ୍ରଦାୟ ଏବଂ ସଂଗଠନର ପ୍ରତିନିଧିମାନଙ୍କୁ ଭେଟି ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ । ସେହିପରି ଆଜି ଗସ୍ତର ୨ୟ ଦିନରେ ସକାଳେ ରାଇରଙ୍ଗପୁର ରୁ ବାହାରି ପ୍ରଥମେ ବାଙ୍ଗିରିପୋଷୀ ଘାଟିରାସ୍ତାର ପ୍ରସ୍ତାବିତ ଏକ ବିକଳ୍ପ ରାସ୍ତା ପାଟପୁର, ସରଗଡା, ଶଂଖାଭଙ୍ଗା ରାସ୍ତା ବିଷୟରେ ଚନ୍ଦନପୁର ଠାରେ ବିଭାଗୀୟ ଅଧିକାରୀ ଓ ଜନସାଧାରଣଙ୍କ ସହ ଆଲୋଚନା ସମୀକ୍ଷା କରିବା ପରେ ୨ୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିରରେ ପହଂଚି ସେବାୟତ ମାନଙ୍କସହ ଆଲୋଚନା କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ଏବଂ ମହାପ୍ରଭୁଙ୍କୁ ଦର୍ଶନ କରି ପୂଜାମଧ୍ୟ କରିଥିଲେ । ପରେପରେ ବାରିପଦା ଷ୍ଟାଡିୟମ ପରିଦର୍ଶନ କରିବା ସହ ଦୀର୍ଘ ୧୬ ବର୍ଷ ପରେ ବାରିପଦା ଷ୍ଟାଡିୟମକୁ ଆସି ବେଶ ଖୁସିଥିବାର ପରିଦର୍ଶକ ରେଜିଷ୍ଟାରରେ ଲେଖିଛନ୍ତି । ଗସ୍ତ ଅବସର ରେ ପିଲା ମାନଙ୍କ ସହ ଜଳଖିଆ ଖାଇବା ପରେ ବାରିପଦା ମଂଚାବନ୍ଧା ଠାରେ ଥିବା ଫରେଷ୍ଟ ବଙ୍ଗଳାରେ ବହୁ ଅନୁଷ୍ଠାନର ପ୍ରତିନିଧି ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ପରେ ପରେ ମଧୁବନ ଠାରେ ପ୍ରସ୍ତାବିତ ବୁଢାବଳଙ୍ଗ ନଦୀ ବନ୍ୟା ଦାଉରୁ ବାରିପଦା ବାସୀଙ୍କୁ ସୁରକ୍ଷା ଦେବା ନିମନ୍ତେ ପ୍ରସ୍ତାବିତ ବାରିପଦା ଆଡିବନ୍ଧ, ବାଲିଡିହା ଜଳଭଂଣ୍ଡାର, ଏମ.କେ.ସି. ହାଇସ୍କୁଲ, ଐତିହାସିକ ମାଣତ୍ରୀ ଶୈବପୀଠ, ଜିଲ୍ଲାମୁଖ୍ୟ ଚିକିତ୍ସାଳୟ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ, ବଡଯୋଡ ନିକଟସ୍ଥ ଗୁହାଳଡିହି ଠାରେ ଥିବା ସବାଇ ପ୍ରଡ୍ୟୁସର ଗ୍ରୁପର ହସ୍ତଶିଳ୍ପ କେନ୍ଦ୍ର ଇତ୍ୟାଦି ସ୍ଥାନ ଗସ୍ତ କରି ବହୁ ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ସହ ବହୁ ପ୍ରସ୍ତାବିତ ନୂତନ କାର୍ଯ୍ୟ ବାବଦରେ ବିଭାଗୀୟ ଅଧିକାରୀ ଏବଂ ଜନସାଧାରଣଙ୍କ ସହ ସମୀକ୍ଷା ଆଲୋଚନା କରିଥିଲେ । ତେବେ ଆଗକୁ ନିର୍ବାଚନ ଆସୁଥିବାରୁ ଫାଇଭ-ଟି ସଚିବଙ୍କ ଏହି ଜିଲ୍ଲାଗସ୍ତ ମୟୂରଭଂଜବାସୀଙ୍କ ମନରେ ବେଶ ଆଶା ସଂଚାର କରିଛି । ସଚିବ ଶ୍ରୀ ପାଣ୍ଡିୟାନ ଗସ୍ତ କରିଥିବା ଧାର୍ମିକ ପୀଠ, ପର୍ଯ୍ୟଟନ କ୍ଷେତ୍ର ଗୁଡିକର ବିକାଶ ବିକାଶ ପାଇଁ ରାଜ୍ୟସରକାର ତୁରନ୍ତ ସ୍ୱତନ୍ତ୍ର ଆର୍ôଥକ ସହାୟତା ଘୋଷଣା କରିବା ସହ ଜଳସେଚନ, ପାନୀୟ ଜଳ ଆଦି କ୍ଷେତ୍ରରେ ଜିଲ୍ଲାବାସୀ ଅଧିକ ସୁବିଧା ପାଇବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ଫାଇଭ- ଟି ସଚିବଙ୍କ ଏହି ଗସ୍ତ ପରେ ମୁଖ୍ୟମନ୍ତ୍ରୀ ଜିଲ୍ଲାଗସ୍ତ କରି ପ୍ରକଳ୍ପ ଗୁଡିକର ଭିତିପ୍ରସ୍ତର ସ୍ଥାପନ କରିପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । ତେବେ ଅତୀତରେ ଶ୍ରୀ ପାଣ୍ଡିଆନ ମୟୂରଭଂଜ ଜିଲ୍ଲାପାଳ ଭାବ ଦୀର୍ଘ ବର୍ଷ କାର୍ଯ୍ୟକରି ଥିବାରୁ ଏହି ଜିଲ୍ଲାଗସ୍ତ ତାଙ୍କପାଇଁ ଏବଂ ଜିଲ୍ଲାବାସୀଙ୍କ ପାଇଁ ବେଶ ଉତ୍ସାହ ଜନକ ଥିବାର ଲକ୍ଷ୍ୟ କରାଯାଇଛି । ଦୁଇଦିନ ଧରି ଚାଲିଥିବା ଜିଲ୍ଲାଗସ୍ତ କାର୍ଯ୍ୟକ୍ରମରେ ସଚିବ ଶ୍ରୀ ପାଣ୍ଡିୟାନଙ୍କ ସହ ମୟୂରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଉପସ୍ଥିତ ଥିଲେ । ତେବେ ଏହା ଫାଇଭ-ଟି ସଚିବଙ୍କ ସରକାରୀ ଗସ୍ତ ହୋଇଥିଲେ ମଧ୍ୟ ସାଶକ ବିଜେଡି ଦଳ ପକ୍ଷରୁ ମଧ୍ୟ ନେତା କର୍ମୀ ମାନଙ୍କ ମଧ୍ୟରେ ବେଶ ତତ୍ପରତା ଦେଖିବାକୁ ମିଳିଛି । ଏଭଳିକି ଫାଇଭ-ଟି ସଚିବଙ୍କ ଗସ୍ତ ବେଳେ, ବିଜେଡି ସାଂଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ସହ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା ପ୍ରମୁଖଙ୍କ ସହ ଜିଲ୍ଲାର ବିଜେଡି ନେତା କର୍ମୀ ମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ବ୍ୟାପକ ପ୍ରସାସନିକ ପ୍ରସ୍ତୁତି କରାଯିବା ସହ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା । ତେବେ ଫାଇଭ-ଟି ସଚିବଙ୍କ ଏହି ବାରିପଦା ଗସ୍ତ ଜିଲ୍ଲାରେ ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ, ଆଗକୁ ଜିଲ୍ଲାର କେତେ ବିକାଶ ହେଉଛି ତାହା ଦେଖିବାକୁ ବାକି ରହିଲା ।
