ଗ୍ୟାସର ମୂଲ୍ୟବୃଦ୍ଧି ବିରୁଦ୍ଧରେ ଏସୟୁସିଆଇ ପକ୍ଷରୁ ବିକ୍ଷୋଭ
ବାରିପଦା : ଏସୟୁସିଆଇ(ସି) ପକ୍ଷରୁ ବାରିପଦା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦେଶର ଜନସାଧାରଣ କରୋନା ଜନିତ ଆର୍ôଥକ ଦୁରାବସ୍ତାରୁ ଉଦ୍ଧାର ପାଇନଥିବା ବେଳେ ଅତ୍ୟାବଶ୍ୟକ ଜିନିଷପତ୍ରର ଦରବୃଦ୍ଧି ପାଇଁ ଗରିବ ଜନସାଧାରଣଙ୍କ ଆର୍ôଥକ ମେରୁଦଣ୍ଡ ଭାଙ୍ଗି ଯାଇଛି କ୍ଷ ଏଭଳି ଏକ ସଙ୍କଟମୟ ପରିସ୍ଥିତିରେ ବୋଝ ଉପରେ ନଳିତା ବିଡା ସଦୃଶ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ଜନତାଙ୍କୁ ବେଡି ଉପରେ କରୋଡା ମାଡ ସଦୃଶ ବୋଲି ବିକ୍ଷୋଭ କାରୀ ମାନେ କହିଛନ୍ତି । ସୂଚନା ମୁତାବକ ଚଳିତ ବର୍ଷର ପ୍ରଥମ ଦୁଇ ମାସରେ ରୋଷେଇ ଗ୍ୟାସ ମୂଲ୍ୟ ୭୫ ଟଙ୍କା ବଢ଼ିଛି । ଗତ ଜାନୁଆରିରେ ୨୫ ଟଙ୍କା ବଢ଼ିବା ପରେ ମାର୍ଚ୍ଚ ୧ ତାରିଖରେ ଦାମ୍ ଆଉ ୫୦ ଟଙ୍କା ବୃଦ୍ଧି ପାଇଛି । ଉଜ୍ୱଳା ସ୍କିମ ଅଧୀନରେ ଏଲପିଜି ସଂଯୋଗ ନେଇଥିବା ଲୋକମାନେ ଏଭଳି ଚଢ଼ା ଦାମରେ ଗ୍ୟାସ ସିଲିଣ୍ଡର କିଣିବା ଏକପ୍ରକାର ଅସମ୍ଭବ ହୋଇପଡିଛି ଏଲ୍ପିଜି ମୂଲ୍ୟରେ ବାରମ୍ବାର ବୃଦ୍ଧି କରାଯିବା ପରେ ସବସିଡି ପରିମାଣ ନଗଣ୍ୟ ସ୍ତରକୁ ହ୍ରାସ ପାଇ ସିଲିଣ୍ଡର କିଣା ମୂଲ୍ୟ ଓ ବଜାର ମୂଲ୍ୟ ପ୍ରାୟ ସମାନ ହୋଇଯାଇଛି । ତେଣୁ ଅବିଳମ୍ବେ ଦରବୃଦ୍ଧି ରୋକି ସୁଲଭ ଦରରେ ଜନସାଧାରଣଙ୍କୁ ରନ୍ଧନ ଗ୍ୟାସ୍ ଯୋଗାଇଦେବା ପାଇଁ ବିକ୍ଷୋଭକାରୀ ମାନେ ଦାବୀ କରିଛନ୍ତି । ଏହି ବିକ୍ଷୋଭ ସମାବେଶରେ କମ୍ରେଡ଼ ପିତାମ୍ବର ନାଏକ, ଫୁଲଚାନ୍ଦ ଲୋହାର, ସର୍ଦାର ସିଂ, ଯତୀନ ବାନରା, ବୁଦୁନି ବାନରା, ମାଣିକ ମୁଣ୍ଡା, ରଂଜିତ ସିଂ, ସୁଶାନ୍ତ ନାଏକ ପ୍ରମୁଖ ନେତୃତ୍ୱ ନେଇଇଥିଲେ ।
