ପିଲାଙ୍କ ସହ ଭୋଜନ ସହ କ୍ରୀଡା ଛାତ୍ରାବାସରେ ଟିଭି ଲଗାଇଲେ ୫ଟି ସଚିବ ପରିବେଶ ସୁରକ୍ଷା ପାଇଁ ପଲିଥିନ ବ୍ୟବହାର ରୋକିବାକୁ ପରାମର୍ଶ
ବାରିପଦା : ଗତ ମାର୍ଚ୍ଚ ୨ ଏବଂ ୩ ତାରିଖ ଦିନ ରାଜ୍ୟ ସରକାରଙ୍କ ୫ଟି ସଚିବଙ୍କ ମୟୂଭଂଜ ଗସ୍ତ ଅବସରରେ ରାଇରଙ୍ଗପୁର ଠାରେ ଅବସ୍ଥିତ ଅନ୍ୱେଷା ହଷ୍ଟେଲରେ ଆଦିବାସୀ ପିଲାମାନଙ୍କ ସହିତ ରାତ୍ରି ଭୋଜନ କରିବା ସହିତ ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିବା ସହିତ ଏହାର ପ୍ରତିକାର ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କରାଯିବା ପାଇଁ ପ୍ରତିଶୃତି ଦେଇଥିଲେ । ସେହିଭଳି ୩ ତାରିଖ ଦିନ ବାରିପଦା ଗସ୍ତ ଅବସରରେ ବାରିପଦା ଷ୍ଟାଡିୟମ ପରିଦର୍ଶନ କଲାବେଳେ ୫ଟି ସଚିବ ସ୍ଥାନୀୟ କ୍ରୀଡ଼ା ଛାତ୍ରାବାସରେ ଅନ୍ତେବାସୀଙ୍କ ସହିତ ସକାଳର ଜଳଖିଆ ଖାଇବା ସହ ପିଲାମାନଙ୍କ ସହିତ ବାର୍ତାଳାପ ପରେ ସେମାନଙ୍କର ଆଗ୍ରହ ଏବଂ ଅଭିଯୋଗ ଶୁଣି ଏକ ବଡ ସ୍ମାର୍ଟ ଟିଭି ଅପରାହ୍ନରେ ବାରିପଦା କ୍ରୀଡା ଛାତ୍ରାବାସରେ ଲଗାଇବାକୁ ପରାମର୍ଶ ଦେବା ପରେ ତତ୍କ୍ଷଣାତ ଅପରାହ୍ନରେ ଛାତ୍ରାବାସରେ ଟିଭି ଲାଗିଗଲା ପରେ ଛାତ୍ରାବାସର ସମସ୍ତ ପିଲା ଖୁସି ଜାହିର କରିବା ସହିତ ମାନ୍ୟବର ୫ଟି ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେହିପରି ଐତିହାସିକ ଶୈବପୀଠ ମାଣତ୍ରି ପରିଦର୍ଶନରେ ଯାଇଥିବା ବେଳେ ସ୍ଥାନୀୟ ଲୋକ ଏବଂ ସେବାୟତଙ୍କ ସହ ଆଲୋଚନା ବେଳେ ବହୁ ପଲିଥିନ ବ୍ୟବହାର ହେଉଥିବା ଏବଂ ପଡିଥିବା ଦେଖି ପରିବେଶ ସୁରକ୍ଷା ପାଇଁ ପଲିଥିନ ବ୍ୟବହାର ଉପରେ ରୋକ ଲଗାଇବାକୁ ପରାମର୍ଶ ଦେଇଥିଲେ । ଏ ସବୁ ବାବଦରେ କିଛି ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି ।
