ବିଜେପି ଘେରିଲା ଏସପି ଅଫିସ ରାଜ୍ୟରେ ଆଇନ ଶୃଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ ଅଭିଯୋଗରେ ବିକ୍ଷୋଭ
ବାରିପଦା : ନବ ଦାସ ଗୁଳିକାଣ୍ଡ ଘଟଣାରେ ମାସେ ପୁରିଯାଇଥିଲେ ମଧ୍ୟ ହତ୍ୟାର କାରଣ ଉନ୍ମୋଚନ ହୋଇ ନପାରିବା କାରଣରୁ ଭୁବନେଶ୍ୱର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା ଅଭିଯୋଗରେ ବିଧାନ ସଭା ଘେରାଉ କରାଯାଇଥିବା ବେଳେ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ତଥା ଅମାନୁଷିକ ଭାବେ ଯୋଜନାବଦ୍ଧ ଆକ୍ରମଣ ଅଭିଯୋଗରେ ବିଭିନ୍ନ ଥାନାରେ ଦିଆଯାଇଥିବା ଏତଲାକୁ ରାଜ୍ୟ ସରକାରଙ୍କ ଚାପରେ ପୋଲିସ ପଂଜିକରଣ କରୁନଥିବା ବିରୋଧରେ ଆଜି ମୟୂରଭଂଜଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବାସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଗଣଧାରଣା ଓ ବିକ୍ଷୋଭ ସମାବେଶରେ ଜିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ସାରସକଣା ବିଧାୟକ ଡା. ବୁଢାନ ମୁର୍ମୁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡସାହି ବିଧାୟକ ସନାତନ ବିଜୁଳି, ଉଦଳା ବିଧାୟକ ଭାସ୍କର ମଢେଇ, ଉଦଳା ଏନଏସି ଚେୟାରମେନ ପ୍ରମିଳା ପଣ୍ଡା, ପ୍ରୁ୍ୱତନ ଜିଲ୍ଲା ସଭାପତି ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ ଦାସ, ଜିଲ୍ଲା ଯୁବ ସଭାପତି ବଳରାମ ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦେବ ବ୍ରତ ସାମଲ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସରୋଜିନୀ କିସ୍କୁ, ରାଜ୍ୟ କାର୍ଯ୍ୟକାରିଣି ସଦଶ୍ୟ ନିହାର ମୋଦୀ, ଶୋଭାବତୀ ଓତା, ସୁମନ ସିଂ, ସୁଜାତା ମୁର୍ମୁ, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ମାନସ ଦତ ପ୍ରମୁଖ ବହୁସଂଖ୍ୟାରେ ବିଜେପି ନେତା ଓ କର୍ମୀ ଉପସ୍ଥିତ ରହି ରାଜ୍ୟରେ ସାଶକ ଦଳର ଇସାରାରେ ପୋଲିସ କାର୍ଯ୍ୟ କରୁଥିବାରୁ ଆଇନଶୃଙ୍ଖଳା ଭୁଷୁଡି ପଡିଛି ବୋଲି ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବାର ଦେଖାଯାଇଥିଲା ।
