୩୧ରେ ଡ୍ରିମ୍ସ ଆଇଡିଆଲ୍ ସ୍କୁଲ୍ର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ଶଙ୍ଖ ଧ୍ୱନି ପ୍ରତିଯୋଗିତା
ବାଲେଶ୍ୱର : ଅରଡ଼ବଜାରସ୍ଥିତ ସର୍ବପୁରାତନ ଡିମ୍ସ ଆଇଡିଆଲ୍ ସ୍କୁଲ୍ ପକ୍ଷରୁ ଆସନ୍ତା ୩୧ ତାରିଖ ଦିନ ବିଦ୍ୟାପୀଠର ୧୦ମ ରାଜ୍ୟସ୍ତରୀୟ ଶଙ୍ଖ ଧ୍ୱନି ପ୍ରତିଯୋଗିତା ଓ ବିଂଶତମ ବାର୍ଷିକ ଉତ୍ସବ ଆୟୋଜନ ହେବ । ଏକ ପ୍ରସ୍ତୁତି ବୈଠକରେ ଏ ସମ୍ପର୍କରେ ନଷ୍ପତି ନିଆଯାଇଥିବା ବିଦ୍ୟାଳୟ ମୁଖ୍ୟ ସୂଚନା ଦେଇଛନ୍ତି ।
ଆସନ୍ତା ୩୧ ତାରିଖ ସକାଳ ୮ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଶଙ୍ଖ ଧ୍ୱନି ପ୍ରତିଯୋଗିତା ଆରମ୍ଭ ହେବାପରେ ପୂର୍ବାହ୍ଣ ୧୧ଟାରେ କୃତି ପ୍ରତିଯୋଗୀମାନଙ୍କୁ ଯଥାକ୍ରମେ ୨୦୦୦, ୧୦୦୦ ଓ ୫୦୦ ଲେଖାଏଁ ତିନୋଟି ପୁରସ୍କାର ପ୍ରଦାନ କରାଯିବ । ଏଥିରେ ଅତିଥି ଭାବେ ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ, ସ୍ଥାନୀୟ ୩୧ ନଂ ୱାର୍ଡ଼ କାଉନସିଲର୍ ରଞ୍ଜିତା ମହାପାତ୍ର, କବି ଅଭୟ ଦାସ ଓ କବି କାଳୀପଦ ପଣ୍ଡା ପ୍ରମୁଖ ଯେୠଦେବେ ବୋଲି ବିଦ୍ୟାଳୟ ସମ୍ପାଦକ ଭାବଗ୍ରାହୀ ମହାନ୍ତି ସୂଚନା ଦେଇଛନ୍ତି । ସେହିପରି ସଂନ୍ଧ୍ୟାରେ ଆୟୋଜିତ ହେବାକୁ ଥିବା ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ସ୍ୱରୂପ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ପ୍ରମୁଖ ଯୋଗ ଦେବେ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରସ୍ମିତା ମହାପାତ୍ର ସୂଚନା ଦେଇଛନ୍ତି ।
