ପୌରପାଳିକା ପକ୍ଷରୁ ଜବଦଦଖଲ ଉଚ୍ଛେଦ ଆରମ୍ଭ
ବାଲେଶ୍ୱର : ବାଲେଶ୍ୱର ପୌରପାଳିକା ପକ୍ଷରୁ ଗଡ଼ଗଡ଼ିଆ ଛକଠାରୁ ଫକୀରମୋହନ କଲେଜ୍ ପର୍ଯ୍ୟନ୍ତ ପ୍ରୁଫ୍ ରୋଡ୍ର ଉଭୟ ପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି । ସଦର ତହସିଲ୍ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ମାଜିଷ୍ଟ୍ରେଟ୍ ଭାବେ ଉପସ୍ଥିତ ରହିଥିଲାବେଳେ ୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଏବଂ ପୌରପାଳିକାର ୧୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଜେସିବି ମେସିନ୍ ଲଗାଇ ସରକାରୀ ନାଳ ଓ ସରକାରୀ ଜମି ଉପରେ ଥିବା ଜବରଦଖଲକାରୀଙ୍କ ଗୁମୁଟି ବା ହୋଡ଼ିଂ ଆଦି ଭାଙ୍ଗିଦେଇଥିଲେ । କିଛି ଉଠା ଦୋକାନୀ ଜେସିବି ମେସିନ୍ ଦେଖି ତରବରିଆ ଭାବେ ନିଜ ନିଜ ଗୁରୁଟିଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିନେଇଥିଲେ ।
