ଚନ୍ଦ୍ରଭାଗା ମହୋତ୍ସବ ଉଦ୍ଘାଟିତ
ବାଲେଶ୍ୱର : ୩୩ ବର୍ଷ ଚନ୍ଦ୍ରଭାଗାର ଉଦଘାଟନ ଦିବସର ଶୁଭ ସକାଳରେ ପ୍ରଥମେ ମଂଚ ପୁଜନ ପରେ ନାଚ୍ ଅନୁଷ୍ଠାନର ନୃତ୍ୟାଶ୍ରୟୀ ରୋନାଲିସା ପଣ୍ଡା, ଅରୁଣାଂଶୁ ପାଣିଗ୍ରାହୀ, ଏବଂ ଏସ୍. କେ ରାଜାଙ୍କ ସହଯୋଗିତାରେ ସ୍କୁଲ ଓ କଲେଜ ପିଲା ମାନଙ୍କ ମଧ୍ୟରେ ବକ୍ତୃତା, ରାଇମସ୍, ସଂଗୀତ ଏବଂ ରଙ୍ଗୋଲୀ ପ୍ରତିଯୋଗିତା ହୋଇଥିଲା । ଏଥିରେ ୨୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ଯୋଇ ଦେଇଥିବା ସମସ୍ତ ବିତାରକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଉଦଘାଟନୀ ସନ୍ଧ୍ୟାରେ ଚନ୍ଦ୍ରଭାଗା ପ୍ରତିଷ୍ଠାତା କବି ଶ୍ରୀଦେବ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମହୋତ୍ସବର ଉଦଘାଟନ କରିଥିଲେ ପଦ୍ମଶ୍ରୀ ଡକ୍ଟର ତୁଳସୀ ମୁଣ୍ଡା । ନାରୀ ମାନଙ୍କୁ ସମର୍ପିତ ‘ନାରୀର ନୈତିକତା’ କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ ସମାଜସେବୀ ତଥା ରେବତୀ ପତ୍ରିକାର ସମ୍ପାଦିକା ଶ୍ରୀମତୀ ସୁ୍ୱାସିନୀ ଜେନା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ପୌରାଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ । ବାସନ୍ତୀ ପାଣି, ଆଇନଜୀବୀ ଜ୍ୟୋସ୍ନା ମହାନ୍ତି, କଲ୍ୟାଣ ନନ୍ଦ ପ୍ରମୁଖ ନାରିର ନୈତିକତା ଉପରେ ମତ ରଖିଥିଲେ । କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ସମ୍ବଲପୁର ଆକାଶବାଣୀର ଉପସ୍ଥାପିକା ମିତା ପଟ୍ଟନାୟକ ଏବଂ ଶେଷାଂଶ ରଖିଥିଲେ ଚନ୍ଦ୍ରଭାଗାର ମିଡିଆ ସଂଯୋଜିକା ଜ୍ୟୋତିର୍ମୟୀ ଶତପଥୀ ସ୍ୱସ୍ତି ଝଙ୍କାର, ରାଉରକେଲା ସୌଜନ୍ୟତାରେ ବିଜୟ ପାଣିଙ୍କ ନିର୍ଦେଶିତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ନାଟକ ‘ସାଆନ୍ତାଣୀ’ ପରିବେଷଣ ହୋଇଥିଲା । ଅଧ୍ୟାପକ ଡକ୍ଟର ଶଶୀକାନ୍ତ ମହାନ୍ତି, ଅବନୀ କୁମାର ଜେନା, ରିନା ପାତ୍ର, ପ୍ରଶାନ୍ତ ମଲ୍ଲିକ, ଅଜୟ କୁମାର ପାତ୍ର, ରମେଶ ମଲ୍ଲିକ ପ୍ରମୁଖ କାର୍ଯକ୍ରମ ରେ ସହଯୋଗ କରିଥିଲେ ।
