୨୭ଗ୍ରାମ୍ ବ୍ରାଉନସୁଗାର ଜବତ, ୫ ଗିରଫ
ଢେଙ୍କାନାଳ : ଢେଙ୍କାନାଳ ଜିଲାରୁ ୨୭ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ବ୍ରାଉନସୁଗାର ବେପାର ଅଭିଯୋଗରେ ୫ ଜଣଙ୍କୁ ପୋଲିସ ଗିରଫ କରିଛି ।
ସୂଚନା ଯେ, ଢେଙ୍କାନାଳ ପିଡବ୍ଲୁଡି କଲୋନୀରୁ ବ୍ରାଉନସୁଗାର ଜବତ କରିଛି ଟାଉନ ଥାନା ପୋଲିସ । ୨୭ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ବ୍ରାଉନସୁଗାର ବେପାର ଅଭିଯୋଗରେ ପେଷାଦାର ଅପରାଧୀ ବାପୁନି ସ୍ବାଇଁଙ୍କ ସହ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ପିଡବ୍ଲୁଡି କର୍ମଚାରୀ ଥିବା ଜଣାପଡିଛି ।
