ଡିଆରଡିଓ ଗୁପ୍ତ ତଥ୍ୟ ଚୋରି ମାମଲା : ଚର୍ଚ୍ଚାରେ ଆଉ ଜଣେ ରହସ୍ୟମୟୀ
- ଅଧିକ ତଦନ୍ତ ପାଇଁ ମୁମ୍ବାଇ ଯିବ କ୍ରାଇମବ୍ରାଞ୍ଚ ଟିମ୍
କଟକ : ବାଲେଶ୍ୱର ଜିଲା ଚାନ୍ଦିପୁର ଡିଆରଡିଓ ଗୁପ୍ତ ତଥ୍ୟ ଚୋରୀ ମାମଲାରେ ନୂଆ ତଥ୍ୟ । ଦୁବାଇର ଟଙ୍କା କାରବାର ଘଟଣା ପରେ ଏବେ ମୁମ୍ବାଇ ଲିଙ୍କ୍ ସାମ୍ନାକୁ ଆସିଛି। ଏହି ମାମଲାରେ ଆଉ ଜଣେ ମହିଳାଙ୍କ ସମ୍ପୃକ୍ତି ନେଇ ସୂଚନା। ହନିଟ୍ରାପରେ ମାମଲାରେ ଆଉ ଜଣେ ମୁମ୍ବାଇ ମହିଳାଙ୍କ ପରିଚୟ କ୍ରାଇମବ୍ରାଞ୍ଚ ହସ୍ତଗତ କରିଛି। ସମ୍ପୃକ୍ତ ମହିଳା ଜଣକ ଚାନ୍ଦିପୁର ମାମଲାରେ ଗିରଫ ଅଭିଯୁକ୍ତଙ୍କ ନିକଟରୁ ୪୦ ହଜାର ଟଙ୍କା ଧାର ସୂତ୍ରରେ ନେଇଥିଲେ। ଆଉ ଗୋଟିଏ ଆଇଡିର ତଥ୍ୟ ମିଳିଛି । ତେବେ ଏହି ଆଇଡି ଚଳାଉଥିବା ମହିଳା ଜଣଙ୍କ ପୂର୍ବରୁ ଚିହ୍ନଟ ହୋଇଥିବା ସେହି ରହସ୍ୟମୟୀ ମହିଳା କି ଅନ୍ୟ ଜଣେ ମହିଳା ତାହା ଉପରେ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଚଳାଇଛି ।
ଏନେଇ ସୂଚନା ଦେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି, ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ୪୦ ହଜାର ଟଙ୍କା ପଠାଇବାକୁ କହିଥିଲେ ଉକ୍ତ ମହିଳା ।
ଫୋନ ପେ ଏବଂ ଗୁୁଗୁଲ ପେ ମାଧ୍ୟମରେ ୪୦ ହଜାର ଟଙ୍କା ପଠାଇଥିଲେ ଅଭିଯୁକ୍ତ । ଉକ୍ତ ମହିଳାଙ୍କୁ ଗତ ଏପ୍ରିଲ ୧୮ ତାରିଖରେ ଥରେ ୩୦ ହଜାର ଅନ୍ୟ ଥରେ ୧୦ ହଜାର ଟଙ୍କା ପଠାଇଥିଲେ ଅଭିଯୁକ୍ତ । ଏହି ଦୁଇଟି ଆକାଉଣ୍ଟ ଦୁଇ ଜଣ ଯୁବକଙ୍କ ନାଁରେ ଅଛି । ଏହି ଦୁଇଟି ଆକାଉଣ୍ଟ ଆକି୍ସସ ଏବଂ ଇଣ୍ଡିଆନ ବ୍ୟାଙ୍କରେ ଥିବା ସୂଚନା ମିଳିଛି । ତେବେ ମହିଳା ଏପ୍ରିଲ ୧୯ ତାରିଖରେ ଅଭିଯୁକ୍ତଙ୍କୁ ଉକ୍ତ ୪୦ ହଜାର ଟଙ୍କା ଫେରାଇ ଦେଇଥିଲେ । ଚାନ୍ଦିପୁର ଏସବିଆଇ ବ୍ରାଂଚରେ ଥିବା ଏକ ଆକାଉଂଟରେ ଏହିି ଟଙ୍କା ଜମା ହୋଇଥିବା ସୂଚନା ମିଳିଛି । ତେବେ ଏହି ମାମଲାର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ମୁମ୍ବାଇ ଯିବ ବୋଲି ଏଡିଜି କହିଛନ୍ତିି ।
