ତିହିଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟର ୨ଜଣ ଏନଆରଟିଏସ ପରୀକ୍ଷାରେ କୃତକାର୍ଯ୍ୟ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସମୃଦ୍ଧି ପତି ଏବଂ ଛାତ୍ର ଜି.କେ. ଫାଲ୍ଗୁନି ନାୟକ ଏନଆଟିଏସ ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସ୍କୁଲର ଗୌରବ ବଢ଼ାଇଛନ୍ତି । ଏହି ସଫଳତା ପାଇଁ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ତରୋତ୍ତର କାମନା କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ତିହିଡ଼ି ବ୍ଲକ ଅଧୀନ ଝିଙ୍କିରିଆ ଗ୍ରାମର ଯୁବ କବି ବିପ୍ଳବରଂଜନ ପତିଙ୍କ କନ୍ୟା ସମୃଦ୍ଧି ଓ ସୟା ଗ୍ରାମର କରୁଣାକର ନାୟକଙ୍କ ପୁତ୍ର ଫାଲ୍ଗୁନି ଉଭୟ ଜଣେ ଜଣେ ମେଧାବୀ ଛାତ୍ର ଭାବେ ବେଶ ସୁନାମ ଅର୍ଜନ କରିଛନ୍ତି ।
