୨ ଏଟିଏମ ଭାଙ୍ଗି ବ୍ୟାଟେରୀ ଲୁଟିନେଲେ ଦୁବୃର୍ତ୍ତ
ଖଇରା : ବାଲେଶ୍ୱର ଜିଲା ଖଇରା ଥାନା ଅଧିନସ୍ଥ ବିଭିନ୍ନ ବଜାର ଓ ଗ୍ରାମ ଗୁଡିକରୁ ଚୋରୀ ଓ ଲୁଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସୋମବାର ରାତିରେ ଦୁର୍ବୁତ୍ତ ମାନେ ଡୁଙ୍ଗୁରା ର ୨ଟି ଏଟିଏମ ଭାଙ୍ଗି ଟଙ୍କା ନେବାକୁ ଅକ୍ଷମ ହୋଇଥିଲେ ହେଁ ୧୦ଟି ୟୁପିଏସ ବ୍ୟାଟେରୀ ନେଇ ପଳାଇଛନ୍ତି । ଭାରତୀୟଷ୍ଟେଟ ବ୍ୟାଙ୍କ ଖଇରା ଶାଖା ର ପରିଚାଳିକା ସୁଚିମିତା ତ୍ରିପାଠୀ ଙ୍କ ଅଭିଯୋଗ କ୍ରମେ ଖଇରା ପୋଲିସ ଏକ ମାମଲା (୨୩୭/୨୨) ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଚୋରୀ ବୃଦ୍ଧିକୁ ନେଇ ସାଧାରଣ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବିଶେଷ କରି କୌଣସୀ ବ୍ୟକ୍ତି ପରିବାର ସହ ଅନୁପସ୍ଥିତ ରହିବା ଖବର ପାଇବା ମାତ୍ରେ ଲୁଟେରା ମାନେ ଘରେ ପଶି ଅଳଙ୍କାର ଆସବାବ ପତ୍ର ଚୋରାଇ ନେଉଛନ୍ତି । ବନ୍ଧୁକ ଭୁଜାଲି ଦେଖାଇ ରାସ୍ତାରେ ଯାଉଥିବା ଯାତ୍ରୀଙ୍କ ଠାରୁ ଲୁଟ କରି ଖସିଯିବାକୁ ସକ୍ଷମ ହେଉଛନ୍ତି । ପୋଲିସକୁ କାଁଭାଁ ସଫଳତା ମିଳୁଥିଲେ ହେଁ ଚୋରୀ ବନ୍ଦ ହେବାର ନାଁଗନ୍ଧ ଧରୁନାହିଁ ।
