ମହିୟସୀ ମହିଳାଙ୍କ ପରଲୋକ : ରାୟାଁରାମଚନ୍ଦ୍ରପୁରରେ ଶୋକ
ଜଳେଶ୍ୱର : ଜଳେଶ୍ୱର ବ୍ଳକ ଅନ୍ତର୍ଗତ ରାୟାଁରାମଚନ୍ଦ୍ରପୁରର ଜଣେ ମହିୟସୀ ମହିଳା ଶୈଳବାଳା ପ୍ରଧାନ (୮୭)ଙ୍କର ଆଜି ଦ୍ୱି ପ୍ରହରରେ ପରଲୋକ ଘଟିଛି । ସେ ଅଂଚଳର ଗ୍ରାମ୍ୟ ମୁଖ୍ୟ ଓ ବିଚାରକ ତଥା ସମାଜସେବି କୁଂଜବିହାରୀ ପ୍ରଧାନଙ୍କ ସ୍ତ୍ରୀ ଥିଲେ । ଗତ କିଛିମାସ ଧରି ସେ ବାର୍ଦ୍ଧକ୍ୟଜନୀତ ରୋଗରେ ପିଡିତ ଥିଲେ । ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିବା ବେଳେ ଜଣେ ଆଧ୍ୟାତ୍ମିକ ଚିନ୍ତା ଚେତନା, ମିଷ୍ଟଭାଷୀ, ପରପୋକାରୀ, ଅନୁଷ୍ଠାନ ପ୍ରେମୀ ମହିଳା ଥିବାରୁ ତାଙ୍କ ପରଲୋକପରେ ସେ ଅଞ୍ଚଳ ଶୋକର ଛାୟା ଖେଳି ଯାଇଥିଲା । ମୃତ୍ୟୁ ବେଳକୁ ପୁଅ ଗିରିଜା ଶଙ୍କର , ଅବନୀ କୁମାର, ବୋହୁ ରିତାରାଣୀ, କୁନ୍ତଳା, ନାତି ନାତୁଣି, ଝିଅ ଶାନ୍ତିରାଣୀ, ସଂଧ୍ୟାରାଣୀ, ବେବିରାଣୀ, ଅଲିଭା, ସମାପିକା ଓ ପରିବାରବର୍ଗ ଉପସ୍ଥିତ ଥିଲେ । ଗାଁ ଶ୍ମାଶାନରେ ଅରୁଣ ଓ ଗିରିଜା ମୁଖାଗ୍ନି ଦେଇଥିବା ବେଳେ ମଧୁସୂଦନ ସେନାପତି, ପ୍ରବିର ଦାସ, ସପନ ଦାସ, ବ୍ଳକ ଉପାଧ୍ୟକ୍ଷା ସଂଜିତା ସେନାପତି, ପ୍ରିୟବ୍ରତ ନନ୍ଦ, ରାଧାକୃଷ୍ଣ ପ୍ରଧାନ, ଭାଷ୍କର ବେହେରା, ଦାମୋଦର ପ୍ରଧାନ, ଗୋବିନ୍ଦ ଦତ୍ତ, ହରିଶକର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
