ବଡ ଓଝେଇ ନିକଟ ଜଙ୍ଗଲରେ ଅବକାରି ଚଢାଉ
ଜୟପୁର : ଅବକାରି ବିଭାଗ ତରଫରୁ ଚଢାଉ କରାଯାଇଛି । ଜୟପୁର ସଦର ଥାନା ଅନ୍ତର୍ଗତ ବଡ ଓଝେଇ ନିକଟ ଜଙ୍ଗଲରେ ଅବକାରି ବିଭାଗ ତରଫରୁ ଚଢାଉ କରାଯାଇଛି । ମଦ ମାଫିଆ ମାନେ ମଦ ଓ ପୋଚ ଲୁଚାଇ ରଖିଥିବା ସୁଚନା ପାଇ ଚଢାଉ କରାଯାଇଥିଲା । ଚଢାଉ ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ବହୁ ମଦ ଭାଟି ଭାଙ୍ଗି ୧୨ ଶହ ଲିଟର ପୋଚ ଓ ୯୦ ଲିଟର ଦେଶି ମଦ କୁ ଜବତ କରି ନଷ୍ଟ କରିଛି । ଘଟଣା ସ୍ଥଳରୁ ମଦ ରନ୍ଧା ସରଞ୍ଜାମ ,ଡ୍ରମ ଆଦିକୁ ଜବତ କରିଥିବା ଅବକାରି ବିଭାଗ ତରଫରୁ ସୂଚନା ଦିଆଯାଇଛି ।
