ବାଲେଶ୍ୱରରୁ ୨.୫ କୋଟି ମୁଲ୍ୟର ବ୍ରାଉନସୁଗାର ଜବତ, ୫ ଅଟକ
ବାଲେଶ୍ୱର : ବାଲେଶ୍ୱର ଜିଲା ନିଶା କାରବାରର ଗଡ ପାଲଟିଛି । ବିଶେଷ କରି ଜଳେଶ୍ୱରରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହେଉଛି । ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗ ଦ୍ଵାରା ଜଳେଶ୍ୱର ଷ୍ଟେସନ ବଜାର ସ୍ଥିତ ଡାଇମଣ୍ଡ ହୋଟେଲରେ ମିଳିତ ଚଢାଉ କରାଯାଇ ୨ କେଜି ୪୦୦ ଗ୍ରାମ୍ର ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨.୫ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ଏହି ଘଟଣାରେ ଦୁଇ ମହିଳା ସମେତ ୩ ଅଟକ ରହିଛନ୍ତି ।
ସୂଚନା ଯେ, ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳର ବ୍ରାଉନସୁଗାର କାରବାର ପୋଲିସ ଏବଂ ଅବକାରୀ ବିଭାଗର ମୁଣ୍ଡ ବିନ୍ଧାର କାରଣ ସାଜିଛି । ସୋମବାର କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଷ୍ଟେସନ ବଜାର ସ୍ଥିତ ହୋଟେଲ ଡାଇମଣ୍ଡ ଉପରେ ଚଢ଼ଉ କରିଥିଲେ । ଏହି ମାମଲାରେ ହେପାଜତରେ ମୁଖ୍ତାର ଅଲ୍ଲୀ ଖାନ, ତାଙ୍କ ସ୍ତ୍ରୀ ଏବଂ ତାଙ୍କ ଶାଶୁଙ୍କ ସହିତ ତାଙ୍କ ଘରେ କର୍ଯ୍ୟ କରୁଥିବା ଦୁଇ ଜଣଙ୍କୁ ମିଶାଇ ମୋଟ ୫ ଜଣଙ୍କୁ ପୋଲିସ ଅଟକ ରଖିଛି । ତେବେ ଏମାନଙ୍କ ମଧ୍ୟରୁ ପୋଲିସ ୩ ଜଣଙ୍କ ନାମରେ ମାମଲା ରୁଜୁ କରିବ ବୋଲି ସୂଚନା ମିଳିଛି । ତେବେ ପୋଲିସ ଦ୍ୱାରା ଅଟକ ହେବା ପରେ ମୁଖ୍ତାର ଅଲ୍ଲୀ ଖାନ ଜବତ ହୋଇଥିବା ବ୍ରାଉନସୁଗାର ବିଷୟରେ ସେ କିଛି ଜାଣି ନଥିବା କହିଛନ୍ତି । ତେବେ ଅବକାରୀ ବିଭାଗ ପକ୍ଷରୁ ଏ ବିଷୟରେ କୌଣସି ପ୍ରତିକ୍ରୟା ମିଳିପାରି ନାହିଁ । ତେବେ ଡାଇମଣ୍ଡ ହୋଟେଲ ନିକଟରେ ଭୁବନେଶ୍ୱରୁ କିଛି ଲୋକ ଆସି ଡିଲ କରୁଥିବାବେଳେ ଅବକାରୀ ବିଭାଗ ଓ ପୋଲିସ ମିଳିତ ଚଢାଉରେ ଏହି ସପଳତା ମିଳିଛି । ଏତେ ପରିମାଣର ବ୍ରାଉନସୁଗାର ପଶ୍ଚିମବଙ୍ଗର ଲାଲଗୁଲାରୁ ଆସିଥିବା ସୁଚନା ମିଳିଛି । ପୂଜା ବଜାର ସାଙ୍ଗକୁ ଆଗାକୁ କାଳୀ ପୂଜାକୁ ଲକ୍ଷ୍ୟ କରି ବେପାରି ମାନେ ସକ୍ରୀୟ ହୋଇ ଉଠିଛନ୍ତି । ପ୍ରତିଥର ଭଳିଏଥର ମଧ୍ୟ ପଶ୍ଚିବଙ୍ଗରୁ ବିପୁଳ ପରିମାଣର ବ୍ରାଉନସୁଗାର ଆସି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯୋଗାଣ କରିବାର ଲକ୍ଷ୍ୟ ଥିଲା ।
