ଶିକ୍ଷୟିତ୍ରୀ ନିଖୋଜ : ଷ୍ଟାଡିୟମ ସିଲ୍ କରି ମାଟିଖୋଳା ଆରମ୍ଭ
କଳାହାଣ୍ଡି : କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା। ହାଇସ୍କୁଲ ସ୍ଥିତ ନିର୍ମାଣଧିନ ଷ୍ଟାଡିୟମକୁ ସିଲ୍ କରିଛି। ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ଓ କେଗାଁ ଥାନା ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ଗତକାଲି ରାତିରୁ ଏହି ସିଲ୍ କରାଯାଇଥିଲାବେଳେ ଷ୍ଟାଡିୟମ ପରିସରରେ ୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଏହା ସହୁତ ଘଟଣା ସ୍ଥଳରେ ଗତକାଲି ରାତିରୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ଷ୍ଟାଡିୟମ ପରିଷରରେ ଜେସିବି ଲାଗଯାଇ ପୋଲିସ ଦ୍ୱାରା ମାଟିଖୋଳା ଆରମ୍ଭ ହେବ । ତେବେ ନିଖୋଜ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଫୋର୍ସ ଖେଳ ପଡିଆର ତନତନ ଯାଞ୍ଚ କରୁଛନ୍ତି । ସେପଟେ ଫେରାର ସ୍କୁଲ ସଭାପତି ଗୋବିନ୍ଦ ସାହୁ ଏହି ଖେଳ ପଡିଆର ଠିକାଦାର ଅଛନ୍ତି। ନିଖୋଜ ମମିତା ମେହେରଙ୍କ ସହ କୈାଣସି ଅଘଟଣ ପରେ ଏହି ଖେଳ ପଡିଆ ମାଟି ତଳେ ପୋତି ଦେଇଥିବା ଅନୁମାନ କରାଯାଉଛି । ଏହାକୁ ନେଇ ପୋଲିସ ଯାଞ୍ଚ କରୁଛି । ଘଟଣା ସ୍ଥଳରେ ପୋଲିସର ବରିଷ୍ଠ ଅଧିକାରୀ ରହିଥିବାବେଳେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣା ସ୍ଥଳ ଅନୁଧ୍ୟାନ କରୁଛନ୍ତି ।
ସୂଚନା ଯେ, କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାକୁ ଇତିମଧ୍ୟରେ ୯ରୁ ଅଧିକ ଦିନ ବିତିସାରିଲାଣି । ହେଲେ ଏବେ ଯାଏଁ ସ୍କୁଲ ଅଧ୍ୟକ୍ଷାଙ୍କ କୌଣସି ପତ୍ତାମିଳୁନାହିଁ । ପୋଲିସ ସନ୍ଦେହରେ ଅନେକ ସ୍ଥାନରେ ରେଡ଼ ଜାରି ରଖିଛି । ଏହିପ୍ରରିପେକ୍ଷୀରେ ଆଜି ନିର୍ମାଣଧୀନ ମହାଲିଙ୍ଗ ଖେଳପଡିଆରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ନିଖୋଜ ମମିତା ମେହେରଙ୍କ ସହ କୈାଣସି ଅଘଟଣ ପରେ ଏହି ଖେଳ ପଡିଆ ମାଟି ତଳେ ପୋତି ଦେଇଥିବା ଅନୁମାନ କରାଯାଉଛି ।
