୧୬ ହିତାଧିକାରୀଙ୍କୁ ମିଳିଲା ବାର୍ଦ୍ଧକ୍ୟ ଭତ୍ତା
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କଇଥଗଡିଆ ପଞ୍ଚାୟତରେ ଚାତକ ଭଳି ଚାହିଁ ରହିଥିବା ୧୬ବୁଢୀବୁଢାଙ୍କ ମୁହଁରେ ଆଶାର ଆଲୋକ ଦେଖିବାକୁ ମିଳିଛି । ଗୁରୁବାର ପଞ୍ଚାୟତର କାର୍ଯ୍ୟାଳରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଣୀ ସାଲିମା ରାଉତ,ସରପଞ୍ଚ ଅନିତା ପାଇକରାୟ,ସମିତି ସଭ୍ୟ ମହିମା ନରୋତ୍ତମ ଜେନା,ନିର୍ବାହୀ ଅଧିକାରୀ ଜ୍ୟୋତି ପ୍ରକାଶ ବେହେରା ଉକ୍ତ ଅସହାୟ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଏହି ଭତ୍ତା ପ୍ରଦାନ କରିଛନ୍ତି । ଭତ୍ତା ପାଇବା ପରେ ହିତାଧିକାରୀ ମାନେ ଆତ୍ମସନ୍ତୋଷ ପ୍ରକାଶ କରିବା ସହ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।
