ପ୍ରଧାନମନ୍ତ୍ରୀ ଆବାସ ତାଲିକା ବିରୋଧରେ ପ୍ରତିବାଦ ଖଇରା ସିମୁଳିଆ କଂଗ୍ରେସର ଆନ୍ଦୋଳନ ଚେତାବନୀ
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକର ୩୭ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଯୋଗ୍ୟ ତାଲିକା ପ୍ରକାଶ ପାଇଛି । ହେଲେ ବହୁ ଯୋଗ୍ୟ ବ୍ୟକ୍ତି ତାଲିକାରୁ ବାଦ ପଡିବାକୁ ନେଇ ଗାଁ ଗାଁରେ ବିରୋଧର ସ୍ୱର ଶୁଣିବାକୁ ମିଳୁଛି । ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନସେନ ଧାରଣା ଆରମ୍ଭ ହେଲାଣି । ତୃଟିପୂର୍ଣ୍ଣ ତାଲିକାକୁ ନେଇ ବିଜେଡି ଭାଜପା ମଧ୍ୟରେ ଆରୋପ ପ୍ରତ୍ୟା ରୋପ ଦେଖିବାକୁ ମିଳିଲାଣି । ଅଯୋଗ୍ୟତା ପାଇଁ ସରକାର ରଖିଥିବା ଗାଇଡ ଲାଇନକୁ ନେଇ ଖଇରା କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯିବା ସହ ଏଥିପାଇଁ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଳାଇବାକୁ ଚେତାବନୀ ଦେଇଛି । ଗତ ୩ଦିନ ତଳେ ୩୭ପଞ୍ଚାୟତର ଯୋଗ୍ୟ ହିତାଧିକାରୀ ତାଲିକା ପ୍ରକାଶ ପାଇଛି । ଏଥିରେ ବହୁ ଯୋଗ୍ୟବକ୍ତିଙ୍କ ନାଭ ଉଭାନ ହୋଇ ଯାଇଥିବା ବେଲେ ଅନେକ ଅଯୋଗ୍ୟ ଥିଲାବାଲାଙ୍କ ନାମ ସ୍ଥାନିତ ହୋଇଛି । ଡାଲଙ୍ଗ-୨ ପଞ୍ଚାୟତରେ ୪୬ଜଣିଆ ତାଲିକା ପ୍ରକାଶ ପାଇଥିବା ବେଳେ ଏଥିରେ ବହୁ ଗରୀବ ଦିନମଜୁରିଆ ଲୋକ ବାଦ ପଡିବାକୁ ନେଇ ଯୁବନେତା ହରେକୃଷ୍ଣ ଶତପଥି ଆପତ୍ତି ଉଠାଇଛନ୍ତି । ସେମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ସେ ବିଡିଓଙ୍କୁ ଜଣାଇ ସାରିଥିବାର କହିଛନ୍ତି । ସେହିଭଳି ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ତାଲିକାରେ ତୃଟିକୁ ନେଇ ବୁଧବାର ଦିନ ବିଭିନ୍ନ ଗ୍ରାମର ଜୟନ୍ତ ନାୟକ,ଜୟନ୍ତୀ ମହାନ୍ତି,ମାନସ କୁମାର ନାୟକ,ସ୍ୱର୍ଣ୍ଣଲତା ବେହରୋଙ୍କ ସମେତ ଶତାଧିକ ବ୍ୟକ୍ତି ପଞ୍ଚାୟତ କାର୍ଯ୍ୟାଳୟରେ ତାଲାଦେଇ ଧାରଣାରେ ଦୀର୍ଘ ସମୟ ଧରି ବସି ରହିଥିଲେ । ସରକାରଙ୍କ ପକ୍ଷରୁ ଯୋଗ୍ୟତାକୁ ନେଇ ରଖାଯାଇଥିବା ମାନଦଣ୍ଡକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ରଖିଛି । ସିମୁଳିଆ ଖଇରା ନିର୍ବାଚନ ମଣ୍ଡଳୀର ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ଜିଲା ଉପସଭାପତି ରବିନ୍ଦ୍ର ଶତପଥି ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାର ବିଭିନ୍ନ ଯୋଜନାରେ ଲୋକଙ୍କୁ ସ୍ୱାବଲମ୍ବି କରୁଥିବା ବେଳେ ଯୋଗ୍ୟତା ପାଇଁ ଦୁଇ ଚକିଆ ଯାନ,ଫ୍ରିଜ,କେସିସି,ଲ୍ୟାଣ୍ଡ ଲାଇନ ଭଳି ଜିନିଷକୁ ମାନଦଣ୍ଡର ଆଧାରକୁ ନିଆଯାଇଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ପୂର୍ଣ୍ଣ । ଏହାଛଡା ସଦ୍ୟ ପ୍ରକାଶିତ ତାଲିକାରେ ବହୁ ଯୋଗ୍ୟବ୍ୟକ୍ତି ତାଲିକାରୁ ବାଦ ପଡିଛନ୍ତି । ତୁରନ୍ତ ଏହାକୁ ସଂଶୋଧନ କରାନଗଲେ ହଜାର ହଜାର ସଂଖ୍ୟାର କଂଗ୍ରେସ କର୍ମୀ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ବିଡିଓ ପର୍ଶୁରାମ ପଣ୍ଡାଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରେ ପରବର୍ତ୍ତ ତାଲିକାରେ ବାଦ୍ ପଡିଥିବା ଅନ୍ୟବ୍ୟକ୍ତି ମାନଙ୍କର ନାମ ପ୍ରକାଶ ପାଇବ ବୋଲି କହିଛନ୍ତି । ଫଟୋ-ଖଇରା୧ ଶ୍ୟାମସୁନ୍ଦର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବାଦପଡିଥିବା ହିତାଧିକାରୀ ମାନେ ଗେଟରେ ତାଲାଦେଇ ଧାରଣାରେ ବସିଥିବା ଲେକଙ୍କୁ ପୋଲିସ ବୁଝାଶୁଝା କରୁଛନ୍ତି ।
