୧୧ ଜଣ ମେୟରଙ୍କୁ ବନ୍ଧକ ରଖିଛି ଋଷ ସେନା : ୟୁକ୍ରେନ ଉପପ୍ରଧାନମନ୍ତ୍ରୀ
କିଭ : ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଋଷ ସେନା ପୁଣି ଥରେ ୟୁକ୍ରେନର ରାଜଧାନୀ କିଭକୁ ଦଖଲ କରିଛନ୍ତି ବୋଲି କୁହାଯାଉଛି। ରବିବାର ୟୁକ୍ରେନର ଏପରି କିଛି ଚିତ୍ର ସାମ୍ନାକୁ ଆସିଛି ଯେଉଁଥିରେ ଅନକ ଲୋକଙ୍କ ମୃତଦେହ ଏଣେତେଣେ ପଡ଼ି ରହିଥିବାର ଦେଖାଯାଇଛି। ରିପୋର୍ଟ ମୁତାବକ ଋଷ ସେନା କିଭରେ ୟୁକ୍ରେନ ଦେଶର ସୈନିକମାନଙ୍କୁ ଆଖିବୁଜା ଗୁଳିଚାଳନା ସହିତ ଭରପୁର ଆକ୍ରମଣ କରିଥିବାରୁ ସେଠାରେ ସୈନିକମାନଙ୍କ ସହିତ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି ।
ୟୁକ୍ରେନର ବଡ଼ ସହର ଗୁଡ଼ିକର ୧୧ ଜଣ ମେୟରଙ୍କୁ ଋଷ ସେନା କବଜା କରି ନେଇଛନ୍ତି ବୋଲି ୟୁକ୍ରେନର ଉପ ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି। ସେମାନଙ୍କୁ ବନ୍ଧକ ରଖାଯାଇଛି ବୋଲି କୁହାଯାଇଛି। ଏଥିରେ କିଭ, ଖେରସମ, ଖାରକିଭ, ଜୋପୋରିଜ୍ଜିୟା, ମାଇକୋଲେବ, ଡେନେତ୍ସ୍କର ସ୍ଥାନୀୟ ନେତା ମଧ୍ୟ ସାମିଲ ଅଛନ୍ତି। ୟୁକ୍ରେନର ଉପପ୍ରଧାନମନ୍ତ୍ରୀ ଇର୍ୟାନା ବେରେସଚୁକ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହା ଦାବି କରିଛନ୍ତି । ସେ କହିଛନ୍ତି ଋଷ ସେନାର ଆକ୍ରମଣ ଫଳରେ କିଭର ମୋତିଜିନ ଭିଲେଜର ମୁଖ୍ୟ ଓ ତାଙ୍କ ପତ୍ନୀଙ୍କୁ ହତ୍ୟା କରାଯାଇଛି। ସେ କହିଛନ୍ତି ଆମେ ଇଣ୍ଟରନ୍ୟାସନାଲ କମିଟି ଅଫ ରେଡକ୍ରସକୁ ଏହି ବିଷୟରେ ସୂଚନାଦେଇଛୁଯେ, ଋଷ ସେନାର ଆକ୍ରମଣ ପରେ ଅନେକ ସାଧାରଣ ଲୋକ ନିଖୋଜ ହୋଇ ଯାଇଛନ୍ତି। ସେମାନଙ୍କୁ ଫେରାଇ ଆଣିବା ପାଇଁ ସମସ୍ତେ ନିଜ କ୍ଷମତା ଅନୁସାରେ କାର୍ଯ୍ୟ କରିବା ଆବଶ୍ୟକ।
