ବାଲିଆପାଳ ବ୍ଳକର ଶ୍ରେଷ୍ଠ ଆଶା ଭାବେ ସ୍ବର୍ଣ୍ଣଲତା ସାହୁ ସମ୍ବର୍ଦ୍ଧିତ
ବାଲିଆପାଳ : ବାଲେଶ୍ଵର ଜିଲ୍ଲା ସ୍ତରୀୟ ଆଶା କନଭେନସନରେ ବାଲିଆପାଳ ବ୍ଳକର ଶ୍ରେଷ୍ଠ ଆଶା ଭାବେ ଆଶା କର୍ମୀ ସ୍ବର୍ଣ୍ଣଲତା ସାହୁ ସମ୍ବର୍ଦ୍ଧିତ ହୋଇଛନ୍ତି।ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ,ଏଡିଏମ ନିଲୁ ମହାପାତ୍ର ଓ ସିଡ଼ିଏମଓ ଦୁଲାଲ ସେନ ଜଗଦେଵ ପ୍ରମୁଖଙ୍କ ଠାରୁ ସ୍ବର୍ଣ୍ଣଲତା ମାନ ପତ୍ର ପୁରସ୍କାର ରାଶି ଓ ଓତରୀୟ ଗ୍ରହଣ କରି ସମ୍ବର୍ଦ୍ଧିତ ହୋଇଥିଲେ।ସ୍ବର୍ଣ୍ଣାଲତା ସାହୁ ଜଣେ କର୍ମଠ ଆଶା ଭାବରେ ତାଙ୍କ କାର୍ୟ୍ୟ ପାଇଁ ତାଙ୍କୁ ଏହି ସଫଳତା ମିଳିଛି। ସକାଳ ଠାରୁ ସନ୍ଧ୍ୟା ପର୍ୟ୍ୟନ୍ତ ଲୋକଙ୍କ କାର୍ୟ୍ୟରେ ଲାଗିଥାନ୍ତି ସ୍ବର୍ଣ୍ଣଲତା।ବନ୍ୟା ହେଉକି ବାତ୍ୟା ହେଉ ଅଥବା କରୋନା ସମୟର ସମସ୍ତ କାର୍ୟ୍ୟକୁ ବେଶ ଶୃଙ୍ଖଳିତ ଭାବରେ ସମ୍ପାଦନ କରି ଜନସାଧାରଣଙ୍କ ଠାରୁ ଆଦର ଓ ପ୍ରସଂସା ପାଇବାରେ ସ୍ବର୍ଣ୍ଣଲତା ବାଲିଆପାଳ ବ୍ଳକ ଆଶା ମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରିଛନ୍ତି।ଏପରିକି ସଂକ୍ରାମକ ରୋଗ ଗ୍ରାମରେ ଆକ୍ରମଣ ହେଲେ ଦିନ ରାତିକୁ ଏକ କରି କାର୍ୟ୍ୟ କରନ୍ତି ସ୍ବର୍ଣ୍ଣଲତା।ତାଙ୍କ ଅଞ୍ଚଳରେ ଯେଉଁ ମାନେ ଅନାଥ ନିଶ୍ୱ ଯାହାର କେହି ନାହିଁ ତାର ସ୍ବର୍ଣ୍ଣଲତା ଅଛି ବୋଲି ବାଲିଆପାଳ ଅଞ୍ଚଳର ପ୍ରତିଟି ଲୋକଙ୍କ ଠାରୁ ଶୁଣିବାକୁ ମିଳେ।ସ୍ବର୍ଣ୍ଣଲତାକୁ ଶ୍ରେଷ୍ଠ ଆଶା ଭାବେ ସମ୍ବର୍ଦ୍ଧନା ଦିଆଯାଇଥିବାରୁ ବାଲିଆପାଳ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମକର୍ତ୍ତାଙ୍କୁ ଜନସାଧାରଣ ସାଧୁବାଦ ଜଣାଇଛନ୍ତି।
