ବାଇକ ଦୁର୍ଘଟଣାରେ ଯୁବକ ମୃତ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୌରଞ୍ଚଳ ଅନ୍ତର୍ଗତ ଇଛାପୁର ଠାରେ ଏକ ମଟର ସାଇକେଲ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଦୁଇଜଣ ଗୁରୁତର ଭାବରେ ଆହତ ହୋଇଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ, ପୈାରାଂଚଳର ଗୈାଡଗୋପ(ରସୁଲାବାଦ)ର ସେକ ଇବ୍ରାହିମଙ୍କ ପୁଅ ସେକ ଇସାକ(୧୯)ଗୁରୁବାର ଦିନ ୧୧ ଟା ସମୟରେ ଇଛାପୁର ଗଲାବେଳେ ବିପରୀତ ଦିଗରୁ ଆସୁଥିବା ଏକ ମଟର ସାଇକେଲ ସହ ଧକ୍କା ହୋଇଥିଲା । ଇସାକଙ୍କୁ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ, ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ସମୟରେ ସେ ମୃତ୍ୟୁବରଣ କରିଥିଲେ । ତାଙ୍କ ଶବ ବ୍ୟବଚ୍ଚେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଟାଉନ ଥାନା ଅଧିକାରୀ ଘଟଣାର ତଦନ୍ତ କରୁଥିବାର ଜଣାପଡିଛି ।
