ପୁରୁଷ ବିଶ୍ୱକପ୍ ହକି-୨୦୨୩ ପାଇଁ ଜିଲ୍ଲାସ୍ତରୀୟ କ୍ରୀଡଡ଼ା ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା : ଆନ୍ତର୍ଜାତୀୟ ହକି ଫେଡେରେଶନ ସ୍ୱୀକୃତି ଯୋଗୁଁ ରାଜ୍ୟ ସରକାର ଭୁବନେଶ୍ୱରରେ ପୁରୁଷ ବିଶ୍ୱକପ୍ ହକି-୨୦୨୩ ଆୟୋଜନ ଉପଲକ୍ଷେ ଏହାକୁ ସ୍ମରଣୀୟ ଓ ଜନ ସାଧାରଣଙ୍କୁ ସଚେତନ ଥା କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ କ୍ରୀଡ଼ା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପ ଜିଲ୍ଲପାଳ ନିରଞ୍ଜନ ବେହେରା, ଜିଲ୍ଲ ଶିକ୍ଷା ଅଧିକାରି ଶୁଭଲକ୍ଷ୍ମୀ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ୯ଟି ବ୍ଲକର ବିଇଓ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଏପିଡି ଅବଦୁଲ ରହେମାନ, ୯ଟି ବ୍ଲକର କ୍ରୀଡା ଜୋନାଲ ସେକ୍ରେଟେରୀ ପ୍ରମୁଖ ଯୋଗ ଦେଇ ଗ୍ରାମ ପଂଚାୟତ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ ସେ ସଂପର୍କରେ ଆଲୋଚନା କରିଥିଲେ । ପଂଚାୟତ ସ୍ତରରେ ଜାନୁୟାରୀ ୩ ରୁ ୮ ତାରିଖ, ବ୍ଲକ ସ୍ତରରେ ଜାନୁୟାରୀ ୧୧ ରୁ ୧୫ ତାରିଖ ଓ ଜିଲ୍ଲା ସ୍ତରରେ ଜାନୁୟାରୀ ୧୭ ତାରିଖରୁ ୧୯ ତାରିଖରେ କ୍ରୀଡା ଅନୁଷ୍ଠିତ ହେବ । ପ୍ରତି ଗ୍ରାମ ପଂଚାୟତ ସ୍ତର ପାଇଁ ୧୦ ହଜାର ଓ ପ୍ରତି ବ୍ଲକ ସ୍ତର ପଇଁ ୫୦ ହଜାର ଓ ଜିଲ୍ଲା ସ୍ତର ପଇଂ ୧ ଲକ୍ଷ ଟଙ୍କାର ଆଂଚଳିକ ଅନୁଦାନ ରାଶି ଖର୍ଚ୍ଚ କରିବା ପାଇଁ ଏହି ବୈଠକରେ ଆଲୋଚନା କରାଯାଇଛି । ସଭା ଶେଷରେ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
