ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
ଜୟପୁର : ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ଗୋପବନ୍ଧୁ ନଗରର ମହେଶ ଆଚାର୍ଯ୍ୟ (୧୯) । ପୋଲିସ ସୂଚନା ଅନୁଯାଇ ଜୟପୁର ସହରର ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରି ଛାଡି ଦେଇଥିଲେ । ଏନେଇ ନାବାଳିକାର ପରିବାର ଲୋକେ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗୁରୁତର ସହ ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମାମଲାର ଅଭିଯୁକ୍ତ ଗୋପବନ୍ଧୁ ନଗରର ମହେଶ ଆଚାର୍ଯ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାମଲାକୁ ଏସଆଇ ମନିଷା ସାହୁ ତଦନ୍ତ କରୁଥିବା ଟାଉନ ପୋଲିସ ତରଫରୁ ସୂଚନା ଦିଆଯାଇଛି ।
