ଦେଶି ମଦ ଚାଲାଣ ବେଳେ ଚଢାଉ, ଜଣେ ଗିରଫ
ଜୟପୁର : ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ବିଭାଗ ଚଢାଉ କରି ଜଣକୁ ଗିରଫ କରିଛି । ଅବକାରି ବିଭାଗ ସୁଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ କଳାଗୁଡାର ରାଜେଶ ହିଆଲ ଏକ ବାଇକରେ ଦେଶି ମଦ ଧରି ସହର କୁ ଆସୁଥିବା ବେଳେ ଅବକାରି ବିଭାଗ ସୁଚନା ପାଇ ଚଢାଉ କରିଛି । ସହରର ପାରାବେଢା ଟ୍ରାଫିକ ଛକ ନିକଟରେ ଅବକାରି ବିଭାଗ ଚଢାଉ କରି ଜଣକୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ଜଣକ ହେଲା କଳାଗୁଡାର ରାଜେଶ ହିଆଲ । ଅଭିଯୁକ୍ତକୁ ଗିରଫ କରି ୩୬ ଲିଟର ଦେଶି ମଦ ଓ ବାଇକ କୁ ଜବତ କରିଥିବା ଜୟପୁର ଅବକାରି ଓଆଇସି ସଞ୍ଜୟ କୁମାର କାଣ୍ଡି ସୁଚନା ଦେଇଛନ୍ତି ।
