ବ୍ୟବସାୟୀଙ୍କୁ ଆକ୍ରମଣ କରି ଯୁବକ ଗିରଫ
ସୋର : ଗତକାଲି ସୋର ଉତ୍ତରେଶ୍ୱର ଜେନାପୋଖରୀ ଷ୍ଟେସନରୋଡ଼ ନିକଟରେ ଜଣେ ବ୍ୟବସାୟୀଙ୍କ ପଡ଼ୋଶୀ ଜଣେ ଯୁବକ ଆକ୍ରମଣ କରିବା ଫଳରେ ପୁଲିସ୍ ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଗ୍ରାମର ବ୍ୟବସାୟୀ ରମେଶ ଚନ୍ଦ୍ର ପାଢ଼ୀଙ୍କୁ ତାଙ୍କର ପଡ଼ୋଶୀ କିରଣ ସାହୁ ଗତ ୨୪ ତାରିଖ ଦିନ ଖଣ୍ଡାଧରି ଗୋଡ଼େଇବା ସହିତ ଆକ୍ରମଣ କରିବା ପରେ ସୋର ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ୍ ଘଟଣାର ତଦନ୍ତ କରି ୮୩/୨୩ରେ ଏକ ମାମଲା ରୁଜୁ କରିବା ସହିତ ଗତ ଶନିବାର ରାତିରେ କିରଣକୁ ଗିରଫ କରି ି କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି ଶ୍ରୀ ପାଢ଼ୀ ତାଙ୍କ ଅଭିଯୋଗରେ କିରଣ ଏଠାରେ ବିଭିନ୍ନ ନିଶାଦ୍ରବ୍ୟ କାରବାର କରିବା ସହିତ ନିଶାଗ୍ରସ୍ତ ଅବସ୍ଥାରେ ବିଶୃଂଖଳା ପରିସ୍ଥିତି ସୃଷ୍ଟି କରୁଥିବା ଉଲ୍ଲେଖ କରିଛନ୍ତି ।
