ଘରେ କେହି ନଥିଲା ବେଳେ ଚେକିଂ ପାଇଁ ପଶିଲେ ଦିଦ୍ୟୁତ୍ବିଭାଗ କର୍ମଚାରୀ, ଗ୍ରାମବାସୀଙ୍କ ଆକ୍ରମଣରେ ୨ ଗୁରୁତର
ବସ୍ତା : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମର ଗୌଡ଼ସାହିରେ ଅବସ୍ଥିତ କହ୍ନେଇ ଚରଣ କବିଙ୍କ ଘରେ କେହି ନଥିବା ବେଳେ ବିଦ୍ୟୁତ୍ ବିଭାଗର କର୍ମଚାରୀ ମାନେ ଚେକିଂ କରିବାପାଇଁ ପଶିବା ପାଇଁ ଚେଷ୍ଟା କରିବା ବେଳେ ଆକ୍ରମଣର ଶିକାର ହୋଇଥିବା ଜଣାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଉକ୍ତ ଗ୍ରାମରେ ଏକ ହତ୍ୟା କାଣ୍ଡରେ ଜନୈକ ବ୍ୟକ୍ତିର ଶବ ସତ୍କାର ପାଇଁ ଗ୍ରାମର ଅଧିକାଂଶ ପୁରୁଷ ଲୋକ ଯାଇଥିବା ବେଳେ ଅପରାହ୍ନ ୩ଟା ସମୟରେ ବିଦ୍ୟୁତ୍ ବିଭାଗ କର୍ମଚାରୀ କହ୍ନେଇ ଚରଣ କବିଙ୍କ ଘରକୁ ପଶିବା ପାଇଁ ଚେଷ୍ଟା କରିଥିଲେ । ସେତେବେଳେ କେବଳ ଛୋଟ ପିଲା ଏବଂ ସ୍ତ୍ରୀ ଲୋକ ଥିବାରୁ ପରେ ଆସିବା ପାଇଁ କହିଥିଲେ । ବିଭାଗୀୟ କର୍ମଚାରୀ ନ ମାନି ଘରେ ପଶିଥିଲେ । ସ୍ଥାନୀୟ ଲୋକେ ଖବର ପାଇଁ ସେଠାରେ ପହଞ୍ôଚ ଉକ୍ତ କର୍ମଚାରୀମାନଙ୍କୁ ଅଟକ ରଖିଥିବା ବେଳେ ଧସ୍ତାଧସ୍ତି ମଧ୍ୟ ହୋଇଥିବା ଜଣାଯାଇଛି । ଉକ୍ତ ପରିବାର ପକ୍ଷରୁ ଏତଲା ପାଇଁ ବସ୍ତା ଥାନାକୁ ଯାଇଥିବା ବେଳେ ବିଭାଗ ତରଫରୁ ମଧ୍ୟ ପାଲଟା ଅଭିଯୋଗ ହୋଇଛି । ତେବେ ଆକ୍ରମଣରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚକିତ୍ସିତ ଥିବା ଜଣାଯାଇଛି ।
