ପତ୍ରପୁର ସେତୁ ଉପର ପୋଲରୁ ନଦୀକୁ ଡେଇଁଲେ ଯୁବକ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପତ୍ରପୁର ସେତୁ ଉପର ପୋଲରୁ ନଦୀକୁ ଡେଇଁଲେ ଯୁବକ । ଖବରପାଇ ଘଟଣାସ୍ଥଳରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ। ବୋଟ୍ ମାଧ୍ୟମରେ ଖୋଜାଖୋଜି କରୁଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନା ଯେ, କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସ୍ଥିତ ପତ୍ରପୁର ସେତୁ ଉପରୁ ଜଣେ ଯୁବକ ନଦୀକୁ ଡେଇଁପଡିଛନ୍ତି । ପୋଲ ଉପରେ ସାଇକେଲ ରଖି ଯୁବକ ଜଣଙ୍କ ଡେଇଁପଡିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବୋଟ୍ ସହାୟତାରେ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରହିଛି । ଯୁବକଙ୍କ ପରିଚୟ ମିଳିପାରିନାହିଁ । ତେବେ ଯୁବକ ଜଣଙ୍କ କାହିଁକି ନଦୀକୁ ଡେଇଁଛନ୍ତି, ନଦୀକୁ ଡେଇଁବା ପଛରେ କଣ କାରଣ ରହିଛି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
